ମଦ ତୁଳନାରେ ଦେଶରେ ତମାଖୁ ସେବନ ହାର ଅଧିକ

ନୂଆଦିଲ୍ଲୀ : ୨୦୧୬ ଏପ୍ରିଲରୁ ବିହାରରେ ମଦ୍ୟର ବିକ୍ରି ବ୍ୟାନ। କିନ୍ତୁ ମଦ୍ୟପାନ ବନ୍ଦ ହୋଇନି। ନିଷିଦ୍ଧ ଘୋଷଣା କରାଯାଇଥିବା ସତ୍ତ୍ୱେ ଏହି ରାଜ୍ୟର ପୁରୁଷମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରୁଛନ୍ତି। କିନ୍ତୁ ସବୁ ରାଜ୍ୟରେ ମଦ ତୁଳନାରେ ତମାଖୁ ସେବନ ହାର ଅଧିକ ରହିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ୨୦୧୯-୨୦ର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ନିକଟରେ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ବିହାରରେ ୧୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଜନସଂଖ୍ୟାର ୧୫.୫ ପ୍ରତିଶତ ମଦ୍ୟପାନ କରନ୍ତି। ସହରାଞ୍ଚଳରେ ଏହି ହାର ୧୪ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ୧୫.୮ ପ୍ରତିଶତ ରହିଛି। ହେଲେ ମଦ ବହୁଳ ବ୍ୟବହାର ହେଉଥିବା ମହାରାଷ୍ଟ୍ରରେ ୧୫ ବର୍ଷରୁ ଅଧିକ ବୟସର ୧୩.୯ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ସହରାଞ୍ଚଳରେ ଜନସଂଖ୍ୟାର ୧୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ଏହି ହାର ୧୪.୭ ପ୍ରତିଶତ ରହିଛି।

  ହୋଣ୍ଡାର ନୂଆ ଗ୍ରାଜିଆର ସ୍ପୋର୍ଟସ୍ ଏଡିସନ୍‌

ସେହିପରି ସିକିମ୍‌ରେ ମହିଳାମାନଙ୍କ କ୍ଷେତ୍ରରେ ମଦ୍ୟପାନର ମାତ୍ରା ସର୍ବାଧିକ ୧୬.୨ ପ୍ରତିଶତ ରହିଥିବା ବେଳେ ଆସାମରେ ରହିଛି ୭.୩ ପ୍ରତିଶତ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦ ଅନୁଯାୟୀ ଅଧିକାଂଶ ରାଜ୍ୟର ସହରାଞ୍ଚଳ ଅପେକ୍ଷା ଗ୍ରାମୀଣ ମହିଳାଙ୍କ ମଧ୍ୟରେ ମଦର ବ୍ୟବହାର ଯଥେଷ୍ଟ ଅଧିକ ଏଆହିଛି। କିନ୍ତୁ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଗୁଜୁରାଟ ଓ ଜମ୍ମୁ-କଶ୍ମୀରରେ ଏହି ହାର ରହିଛି ସର୍ବନିମ୍ନ। ୧୫ ବର୍ଷ ବୟସରୁ ଅଧିକ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ଗୁଜୁରାଟରେ ୫.୮ ପ୍ରତିଶତ ଥିବାବେଳେ ଜମ୍ମୁ-କଶ୍ମୀରରେ ୮.୮୫ ପ୍ରତିଶତ ରହିଛି।

ସର୍ଭେ ରିପୋର୍ଟରେ ଆହୁରି ଦର୍ଶଯାଇଛି ମଦ୍ୟପାନ ତୁଳନାରେ ଦେଶର ସମସ୍ତ ରାଜ୍ୟରେ ତମାଖୁ ସେବନ ହାର ଅଧିକ। ମିଜୋରାମରେ ସର୍ବାଧିକ ୭୫ ପ୍ରତିଶତରୁ ଅଧିକ ପୁରୁଷ ତମାଖୁ ସେବନ କରନ୍ତି। କେରଳରେ ୧୭ ପ୍ରତିଶତ ଓ ଗୋଆରେ ୧୮ ପ୍ରତିଶତ ଲୋକ ତମାଖୁ ସେବନ କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।