Breaking Newsଅପରାଧ

ମଦକୁ ନେଇ ଗଣ୍ଡଗୋଳ, ୨ ଆହତ

ପଟ୍ଟାମୁଣ୍ଡାଇ : ମଦର ଏମ୍‌ଆରିପକୁ ନେଇ ବିବାଦ। ଗଣ୍ଡଗୋଳରେ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଖବର ଅନୁଯାୟୀ କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଚଉଦ କୁଲାଟ ନିକଟସ୍ଥ ଠିପି ବନ୍ଦ ମଦ ଦୋକାନରେ ଏହି ଘଟଣା ଘଟିଛି। ମଦ କିଣିବା ବେଳେ ଏମ୍‌ଆର୍‌ପି ଠାରୁ ଅଧିକ ନିଆଯାଉଥିବାରୁ ପ୍ରଥମେ ଗ୍ରାହକ ବିରୋଧ କରିଥିଲେ। ଏହାକୁ ନେଇ ମଦ ଦୋକନୀ ସହିତ ବଚସା ହୋଇଥିଲା। ପରେ ହାତାହାତି। ଏହି ଗଣ୍ଡଗୋଳରେ କିଛି ଆହତ ହୋଇଛନ୍ତି। ଅଭିଯୋଗ ଥାନାରେ ପହଞ୍ଚିଛି। ଉଭୟ ପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button