ମଧ୍ୟପ୍ରଦେଶରେ ୬୦ ଘଣ୍ଟିଆ ଲକଡାଉନ୍

ଭୋପାଳ : ମଧ୍ୟପ୍ରଦେଶରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ସଂକ୍ରମଣ ରୋକୋବାକୁ ରାଜ୍ୟର ସହର ଗୁଡ଼ିକରେ କରାଯାଇଛି ୬୦ ଘଣ୍ଟିଆ ଲକଡାଉନ୍। ଗୁରୁବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ବୈଠକ କରିବା ପରେ ଏହି ନିଷ୍ପତ୍ତି ହୋଇଛି। ଏହି କଟକଣା ଶୁକ୍ରବାର ସକାଳ ୟା ୬ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି ଯେଉଁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଛି ସେହି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯିବ। କଣ୍ଟେନମେଣ୍ଟ ଏରିଆରେ ଲାଗୁ ହେବ ଲକଡାଉନ୍ କଟକଣା। ଆସନ୍ତା ତିନିମାସ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସପ୍ତାହରେ ମାତ୍ର ୫ ଦିନ କାମ ହେବ। ଅଫିସ୍ ସମୟ ରହିବ ସକାଳ ୧୦ ଟାରୁ ୬ଟା। ରାଜ୍ୟର ହସ୍ପିଟାଲରେ କୋଭିଡ୍ ବେଡ୍ ସଂଖ୍ୟା ୧ ଲକ୍ଷକୁ ବୃଦ୍ଧି କରାଯିବ। ସେ କହିଛନ୍ତି ଅକ୍ସିଜେନ ଅଭାବରୁ ଗତ ୪୮ ଘଣ୍ଟା ମଧ୍ୟରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ତେଣୁ ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ରାଜ୍ୟ ସରକାର ଭିଲାଇ ଷ୍ଟିଲ ପ୍ଲାଣ୍ଟ ସହିତ ଚୁକ୍ତି କରିଛନ୍ତି। ପ୍ରତିଦିନ ଭିଲାଇ ଷ୍ଟିଟ୍ ପ୍ଲାଣ୍ଟରୁ ୬୦ ଟନ୍ ଅକ୍ସିଜେନ ଯୋଗାଇ ଦିଆଯିବ।

ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କୁ କହିଥିଲେ ଯଦି ସେମାନେ କରୋନାକୁ ଏଡ଼ାଇବାକୁ ଚାହାଁନ୍ତି ତେବେ ମାସ୍କ ପିନ୍ଧିବାକୁ ହେବ। ଯଦି ମାସ୍କ ନାହିଁ ତାହେଲେ କଥାବାର୍ତ୍ତା ନାହିଁ। ଯଦି ମାସ୍କ ନାହିଁ ତେବେ ଜିନିଷ ନାହିଁ। ଆପଣ ସାମଗ୍ରୀ ଆଣିବାକୁ ବଜାରକୁ ଯାଉଥିବା ବେଳେ ଦୋକାନୀ ମାସ୍କ ଲଗାଇ ନଥିଲେ ସେହି ଦୋକାନୀଙ୍କଠାରୁ ସାମଗ୍ରୀ କିଣିବା ଉଚିତ୍ ନୁହେଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button