ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବାକୁ ସକ୍ଷମ ହେବ ବିଜେପି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହୋଇଛି। ଏହି ଫଳାଫଳ ଉପରେ ରାଜ୍ୟ ଶାସନ କ୍ଷମତାରେ ରହିଥିବା ଶିବରାଜ ସିଂ ଚୌହାନ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଆକଳନ ୨୮ଟି ଆସନ ମଧ୍ୟରୁ ବିଜେପି ୧୬ରୁ ୧୮ଟିରେ ଜିତିପାରେ। କଂଗ୍ରେସ ଖାତାକୁ ଯିବ ୧୦ରୁ ୧୨ଟି ଆସନ।

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ଵରେ ୨୫ ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ପରେ କମଳନାଥ ସରକାରର ପତନ ହୋଇଥିଲା। ୩ ଜଣ ବିଧାୟକଙ୍କ ମୃତ୍ୟୁପରେ ରାଜ୍ୟ ବିଧାନସଭାରେ ଖାଲି ପଡ଼ିଥିଲା ମୋଟ ୨୮ଟି ଆସନ। ୨୦୧୮ ନିର୍ବାଚନରେ ଏହି ୨୮ଟି ଆସନ ମଧ୍ୟରୁ କଂଗ୍ରେସ ୨୭ଟିରେ ଜିତିଥିଲା। ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ୧୦୭ ଜଣ ବିଧାୟକ ରହିଛନ୍ତି। ଉପ-ନିର୍ବାଚନ ପରେ ସରକାର ବଞ୍ଚାଇବା ପାଇଁ ବିଜେପିକୁ ୯ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କଂଗ୍ରେସର ଏବେ ୮୮ ଜଣ ବିଧାୟକ ଅଛନ୍ତି। ଏହି ଦଳକୁ ସରକାର ଗଢିବାକୁ ୨୮ ଜଣ ବିଧାୟକ ଦରକାର ପଡିବ।

ମତାମତ ଦିଅନ୍ତୁ ।