ମଦ୍ୟପ ବାପାକୁ ଝିଅ ଜିଅନ୍ତା ଜାଳିଦେଲା

କୋଲାକାତା : କୋଲାକତା ଖ୍ରୀଷ୍ଟୋଫର ରୋଡ୍‌ରେ ବାପାଙ୍କୁ ମଦ ପିଆଇ ଝିଅ ପିୟାଲୀ ଅଉଡ୍ଡୀ ଜୀଅନ୍ତା ଜାଳି ଦେଇଛି। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ସେ ହତ୍ୟା କରିଥିବା ସ୍ୱୀକାର କରିଛି।

ଖବର ଅନୁଯାୟୀ ପିୟାଲୀଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଛି। ପିୟାଲୀ ବିବାହ କରିଥିଲେ। କିନ୍ତୁ ଦେଢ଼ବର୍ଷ ତଳେ ସ୍ଵାମୀ ଛାଡ଼ପତ୍ର ଦେବାରୁ ସେ ବାପାଙ୍କ ପାଖରେ ରହୁଥିଲେ। ହେଲେ ବିଶ୍ୱନାଥ ପ୍ରତିଦିନ ମଦ ପିଇ ପିୟାଲୀଙ୍କୁ ନିର୍ଯାତନା ଦେଉଥିଲେ। ନିର୍ଯାତନା ଦିନକୁ ଦିନ ବଢିବାରୁ ପିୟାଲୀ ବାପାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ତାଙ୍କୁ ଭୋଜିକୁ ଡାକିଥିଲେ। ସେଠାରେ ମଦ ଓ ଖାଦ୍ୟର ବ୍ୟବସ୍ଥା ହୋଇଥିବା କହିଥିଲେ। ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଦେହ ଖରାପର ବାହାନା ଦେଖାଇ ରାତିରେ ହସ୍ପିଟାଲ ଯାଉଥିବା କହିଥିଲେ।

ଘରୁ ବାହାରିବ ପରେ ବାପ-ଝିଅ ଏକ ରେଷ୍ଟୁରାଣ୍ଟରେ ପହଞ୍ଚି ଖାଇଥିଲେ। ହୁଗୁଳି ଚନ୍ଦପଲ ଘାଟରେ ମଦ ରହିଛି ପିୟାଲୀ କହିବାରୁ ସେଠାକୁ ଯିବାକୁ ବିଶ୍ଵନାଥ ରାଜି ହୋଇଯାଇଥିଲେ। ଚନ୍ଦପଲ ଘାଟରେ ବିଶ୍ୱନାଥଙ୍କୁ ନିଶା ହେବା ପର୍ଯ୍ୟନ୍ତ ମଦ ପିଆଇଥିଲେ ପିୟାଲୀ। ମଦ ନିଶାରେ ବିଶ୍ୱନାଥ ସେଠାରେ ଶୋଇ ପଡ଼ିବାରୁ ବିଳମ୍ବିତ ରାତିରେ ପିୟାଲୀ ତାଙ୍କ ଉପରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ସୋମବାର ସକାଳୁ ପୋଲିସ ବିଶ୍ୱନାଥଙ୍କ ମୃତଦେହ ଜବତ କରି ୱାଲେଟରେ ଥିବା ତଥ୍ୟ ଆଧାରରେ ପରିଚୟ ହାସଲ କରିଥିଲା। ପରିବାର ଲୋକଙ୍କୁ ପଚରାଉଚରା କରିବା ବେଳେ ପିୟାଲୀ କଥାରେ ସନ୍ଦେହ ହେବାରୁ ପୋଇସ ତାଙ୍କୁ ଗିରଫ କରିଥିଲା। ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ପିଆଲିକୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button