ମଦ୍ୟପ ବାପାକୁ ପିଟି ମାରିଦେଲା ପୁଅ

କେନ୍ଦୁଝର : ମଦ୍ୟପ ବାପାକୁ ହତ୍ୟା କରିଛି ନାବାଳକ ପୁଅ। ଏହି ଘଟଣା କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବୋଦାପଳସା ଗ୍ରାମ ମୁଣ୍ଡାସାହିରେ ଘଟିଛି।

ଖବର ଅନୁଯାୟୀ ବୋଦାପଳସା ଗାଁ ମୁଣ୍ଡାସାହିର ଲଙ୍କେଶ୍ଵର ପ୍ରତିଦିନ ମହୁଲି ପିଇ ଘରେ ଝଗଡ଼ା କରୁଥିଲେ। ଏହାକୁ ନେଇ ପରିବାରରେ ଲାଗି ରହୁଥିଲା ଅଶାନ୍ତି। ଗତକାଲି ଲଙ୍କେଶ୍ଵର ମହୁଲି ପିଇ ଘରକୁ ଆସିବାରୁ ଏହାକୁ ନେଇ ବାପ-ପୁଅଙ୍କ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ପୁଅ ଏକ ଲୁହାରଡ୍‌ ଓ ଟାଙ୍ଗିଆରେ ମାଡ଼ ମାରିଥିଲା। ପରିବାରର ସଦସ୍ୟମାନେ ପୁଅକୁ କାବୁ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତା’ପରେ ଲଙ୍କେଶ୍ଵର ଘରେ ଖାଇପିଇ ଶୋଇଥିଲେ। କିନ୍ତୁ ଆଜି ସକାଳେ ଲଙ୍କେଶ୍ଵର ମରିଯାଇଥିବା ଜଣାପଡିଥିଲା। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।