ମଦ୍ୟପାନ ଓ କାର୍ଯ୍ୟରେ ଅବହେଳା ପାଇଁ ନାଉଗାଁ ଥାନା ଏସଆଇ ନିଲମ୍ବିତ

ଜଗତସିଂହପୁର : ଡିଉଟି ସମୟରେ ମଦ୍ୟପାନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ନାଉଗାଁ ସବଇନସପେକ୍ଟର (ଏସଆଇ) ବିବେକାନନ୍ଦ ସାହୁ ନିଲମ୍ବିତ। ଏସଆଇଙ୍କ ମଦ୍ୟପାନର ଦୃଶ୍ୟ ଭାଇରାଲ ହେବା ପରେ ଜଗତସିଂହପୁର ଏସପି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଇରାଲ ଅଡିଓରେ ଜଣେ ଚୋରା ମଦ ବେପାରୀଙ୍କ ସହ କଥା ହୋଇ ମଦ ଓ ମାଂସ ଆଣିବା ପାଇଁ କହୁଥିବା ବେଳେ ଅନ୍ୟ ଜଣଙ୍କୁ ଚିକେନ୍ ଆଣିବାକୁ କହୁଥିବା ଶୁଣିବାକୁ ମିଳିଛି।

ମତାମତ ଦିଅନ୍ତୁ ।