ମଦ୍ୟପାନର ସର୍ବନିମ୍ନ ବୟସ କମିଲା : ୨୧ ବର୍ଷରେ ପିଇପାରିବେ

0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ପରେ ଏବେ ଦିଲ୍ଲୀରେ ମଦ୍ୟପାନର ସର୍ବନିମ୍ନ ବୟସ ସୀମା ହ୍ରାସ କରାଯାଇଛି। ଏଣିକି ୨୫ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ଯୁବକ-ଯୁବତୀମନକୁ ମଦ ପିଇବାକୁ ଅନୁମତି ମିଳିବ।

ଦିଲ୍ଲୀ ସରକାର ଅବକାରୀ ନୀତିର ପରିବର୍ତ୍ତନ କରିଛନ୍ତି। ଏ ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦିଲ୍ଲୀରେ ମଦ ମାଫିଆଙ୍କ ଦୌରାତ୍ମ୍ୟକୁ ଶେଷ କରିବା ପାଇଁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅବକାରୀ ନୀତିର ପରିବର୍ତ୍ତନ ଫଳରେ ମଦ ମାଫିଆମାନେ ନିଜର ଅବୈଧ କାରବାର ଚଲାଇପାରିବେ ନାହିଁ।

ସେ କହିଲେ ଦିଲ୍ଲୀରେ ବେନାମୀ ମଦ ଦୋକାନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର ମଦ ଦୋକାନ ଚଲାଇବେ ନାହିଁ। ଏହା ସରକାରଙ୍କ ଦାୟିତ୍ଵ ନୁହେଁ। କିନ୍ତୁ ଦିଲ୍ଲୀରେ ମଦର ମାନ ପରୀକ୍ଷା କରାଯିବ।

Leave A Reply

Your email address will not be published.