ମାଗଣା ସେବା ପାଇଁ ପତ୍ନୀଙ୍କ ଗହଣା ବିକି ଅଟୋକୁ ଆମ୍ବୁଲାନ୍ସ କଲେ ଜାଭେଦ

0

ଭୋପାଳ : କରୋନା ସମୟରେ ଲୋକଙ୍କ ଦୁଃଖ ଅନେକଙ୍କୁ ଛୁଇଁଛି। କିନ୍ତୁ ସହାୟତା କରିବାକୁ ସେମାନଙ୍କ ପାଖରେ ଅର୍ଥ ନାହିଁ। ଏହାସତ୍ତ୍ଵେ ନିଜ ସକ୍ଷମ ଅନୁଯାୟୀ ସେବା କରିବା ଲକ୍ଷ୍ୟରୁ ସେମାନେ ବିଚ୍ୟୁତ ହେଉନାହାନ୍ତି। ଏଭଳି ଏକ ଘଟଣା ଭୋପାଳ ସହରରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ କରୋନା ମହାମାରୀ ଭଳି ବିପତ୍ତି ସମୟରେ ରୋଗୀଙ୍କ ସେବା ପାଇଁ ଆଗେଇ ଆସିଛନ୍ତି ଭୋପାଳର ଅଟୋ ଡ୍ରାଇଭର ଜାଭେଦ୍ ଖାନ୍। ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଭୋପାଳ ସହରରେ ଅବସ୍ଥା ମଧ୍ୟ ସମାନ। ରୋଗୀଙ୍କ ପାଇଁ ଆମ୍ବୁଲାନ୍ସଟିଏ ମିଳିବା କଷ୍ଟକର ହୋଇପଡିଛି। ଏସବୁ ଦେଖି ଅଟୋ ଡ୍ରାଇଭର ଜାଭେଦ ସମସ୍ତଙ୍କୁ ସେବା ଯୋଗାଇବାକୁ ଲକ୍ଷ୍ୟରେ ନିଜର ଯାତ୍ରୀବାହୀ ଅଟୋକୁ କରିଛନ୍ତି ଆମ୍ବୁଲାନ୍ସ।

ଜାଭେଦ୍ ଖାନ୍ ଅଟୋ ଚଳାଇ ପ୍ରତିଦିନ ୨୦୦ରୁ ୩୦୦ ଟଙ୍କା ଆୟ କରୁଥିଲେ। ଏତିକି ଆୟରେ ଲୋକମାନଙ୍କୁ କିପରି ସେବା ଯୋଗାଇବେ ଚିନ୍ତାରେ ଥିଲେ। ହେଲେ ପତ୍ନୀ ଦେଇଥିଲେ ସାହସ। ନିଜର ସୁନା ଅଳଙ୍କାର ଦେଇଦେବାରୁ ତା’କୁ ବିକି ଜାଭେଦ ଅଟୋକୁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି। ଯେଉଁମାନେ ଆମ୍ବୁଲାନ୍ସ ପାଇପାରୁନାହାନ୍ତି ସେମାନଙ୍କ ନିକଟରେ ଜାଭେଦ ପହଞ୍ଚି ମାଗଣାରେ ହସ୍ପିଟାଲ ନେଉଛନ୍ତି।

ଜାଭେଦ କହିଛନ୍ତି ମୁଁ ସୋସିଆଲ ମିଡିଆ ଓ ନ୍ୟୁଜ ଚ୍ୟାନେଲରେ ଆମ୍ବୁଲାନ୍ସ ଅଭାବରୁ ଲୋକ ଡାକ୍ତରଖାନା ଯାଇପାରୁନଥିବା ଦେଖିଥିଲି। ତେଣୁ ଏହି ସମସ୍ୟାର କିପରି ସମାଧାନ କରିପାରିବି ସେଥିପାଇଁ ଚିନ୍ତାରେ ଥିବାବେଳେ ମୋ ପତ୍ନୀଙ୍କ ଅଳଙ୍କାର ଦେଇଥିଲେ। ଗହଣା ବିକା ଅର୍ଥରେ ଅଟୋକୁ କରିଥିଲି ଆମ୍ବୁଲାନ୍ସ। ମୁଁ ପ୍ରତିଦିନ ଫିଲିଂ ସେଣ୍ଟର ବାହାରେ ଧାଡି ବାନ୍ଧି ଅମ୍ଳଜାନ ଭରିଥାଏ। ଆମ୍ବୁଲାନ୍ସ ନଥିଲେ ଲୋକମାନେ ମୋତେ କଲ କରିପାରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.