ମାଗଣା ଓ୍ୱାଇଫାଇ ବ୍ୟବହାର କରୁଥିଲେ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ

0

ନୂଆଦିଲ୍ଲୀ : ମାଗଣା ଇଣ୍ଟରନେଟ୍‌ ବ୍ୟବହାର ବିପଦ। ଏପରି କରୁଥିଲେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବାର ସମ୍ଭାବନା ରହିଛି। ଓ୍ୱାଇଫାଇରେ ଆପଣ ପାସ୍‌ଓ୍ୱାର୍ଡ ଦେଉଥିଲେ ମଧ୍ୟ ଫୋନ୍‌ର କେତକ ଫିଚରକୁ ଆକ୍ସେସ୍‌ କରିପାରିବ। ଫ୍ରି ଓ୍ୱାଇଫାଇ ନାମରେ ସାଇବର ଠକମାନେ ଠକେଇ କରୁଥିବା ବିଭିନ୍ନ ବ୍ୟାଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।

କରୋନା ଓ ଲକ୍‌ଡାଉନ୍‌ ପରେ ଡିଜିଟାଲ୍‌ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଲୋକମାନେ ମାଗଣା ହଟ୍‌ସ୍ପଟ୍‌ ଓ ଓ୍ୱାଇଫାଇର ଇଣ୍ଟରନେଟ୍‌ ସେବାକୁ ବ୍ୟବହାର କରୁଥିବାରୁ ଏହା ସମସ୍ୟା ସୃଷ୍ଟି କରିପାରେ। ଇଣ୍ଡିଆନ୍‌ ବ୍ୟାଙ୍କ ଟ୍ୱିଟ୍‌ କରି ଏ ବିଷୟରେ ସତର୍କତା ଜାରି କରିଛି। ସାଧାରଣ ସ୍ଥାନ ଯେପରିକି ରେଳ ଷ୍ଟେସନ୍‌, ବିଭିନ୍ନ ପ୍ଲାଟଫର୍ମ, ବସ୍‌ ଷ୍ଟାଣ୍ଡ, କଫିସପ୍ କିମ୍ବା ହୋଟେଲ୍‌ମାନଙ୍କରେ ଫ୍ରି ଓ୍ୱାଇଫାଇ ସେବା ଉପଲବ୍ଧ ହୋଇଥାଏ। ଏଥିରେ ବ୍ୟାଙ୍କିଂ ସିଷ୍ଟମ୍‌କୁ ମୋବାଇଲ୍‌ରେ ବ୍ୟବହାର କଲେ ତଥ୍ୟ ହାକର୍‌ମାନେ ହାକ୍‌ କରିପାରିବାର ଯଥେଷ୍ଟ ସମ୍ଭାବନା ରହିଛି।

କେବଳ ସେତିକି ନୁହେଁ ହାକରମାନେ ସାର୍ବଜନୀନ ସ୍ଥାନରେ ବିଭିନ୍ନ ଭିଡିଓ କ୍ୟାମେରା ବ୍ୟବହାର କରିଥାଆନ୍ତି। ତେଣୁ ମାଗଣା ଓ୍ୱାଇଫାଇରେ ଫୋନ୍‌ରୁ ହାକରମାନେ ତଥ୍ୟ ଚୋରି କରି ପାରିବାର ସମ୍ଭାବନା ଥାଏ। ଯଦି କୌଣସି ସମୟରେ ହାକର୍‌ମାନେ କୌଶଳ କରି ତଥ୍ୟ ମାଗୁ ଥାଆନ୍ତି ତେବେ ଆପଣ ପିନ୍‌, ସିଭିଭି କିମ୍ବା ଓଟିପି ଦିଅନ୍ତୁ ନାହିଁ। ସେହିପରି ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଯେଉଁମାନେ ତଥ୍ୟ ମାଗୁଛନ୍ତି ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ।

Leave A Reply

Your email address will not be published.