Breaking Newsଦେଶ-ବିଦେଶ

ମହମ୍ମଦ ଆଝାରୁଦ୍ଦିନଙ୍କ କାର ଓଲଟି ପଡିଲା

କୋଟା : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସଭାପତି ମହମ୍ମଦ ଆଝାରୁଦ୍ଦିନ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। କାର ଓଲଟି ପଡିଥିଲେ ହେଁ ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇନାହିଁ।

ଖବର ଅନୁଯାୟୀ ୫୭ ବର୍ଷୀୟ ଆଝାରୁଦ୍ଦିନ ତାଙ୍କ ପରିବାର ସହିତ ରଣଥମ୍ବୋରକୁ ଯାଉଥିଲେ। ରାଜସ୍ଥାନର ଲାଲସୋଟ-କୋଟା ହାଇଓ୍ୱରେ ସୁରୱାଲ ଥାନା ଦେଇ ସେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ତାଙ୍କ ବ୍ୟକ୍ତିଗତ ସହାୟକ ସୂଚନା ଦେଇଛନ୍ତି। ଆଝାରୁଦ୍ଦିନ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଅନ୍ୟ ଏକ କାର ହୋଟେଲ୍ ନେଇଥିବା ସେ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button