ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ରେ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖ ଦିନ ୧୧ଟା ବେଳେ ହେବ। ଟ୍ରିବୁନାଲ୍ ଆଜି ଏହି ତାରିଖ ଧାର୍ଯ୍ୟ କରିଛନ୍ତି।

ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଟ୍ରିବୁନାଲ୍ ମହାନଦୀ ଜଳ ବିବାଦର ଶୁଣାଣି କରିଥିଲେ। ମହାନଦୀ ଟ୍ରିବୁନାଲଙ୍କୁ ଜାରି କରାଯାଇ ଥିବା ଡ୍ରାଫ୍‌ଟ୍ ଅନୁସାରେ ସାମୟିକ ଭାବେ ସାମଗ୍ରିକ ଇସ୍ୟୁ ପ୍ରସ୍ତୁତ କରିବାକୁ ସବୁ ପକ୍ଷ ରାଜି ହୋଇଥିଲେ। ଆବଶ୍ୟକ ସ୍ଥଳେ ଏଥିରେ ସଂ‌ଶୋଧନ ଓ ସଂଯୋଗ ଆଦି କରିବାକୁ ଟ୍ରିବୁନାଲ୍ ଅନୁମତି ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟ ମଧ୍ୟରେ ସମସ୍ତ ପକ୍ଷ ଦଲିଲପତ୍ର ଯାଞ୍ଚ ଓ ପରସ୍ପର ମଧ୍ୟରେ ବିନିମୟ କରିପାରିବେ। ତେଣୁ ଟ୍ରିବୁନାଲ୍ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ମତାମତ ଦିଅନ୍ତୁ ।