ମହଙ୍ଗା ହେଲା ଟିଭିଏସ୍‌ ଆପାଚି ୧୬୦ ଓ ଆର୍‌ଟିଆର୍‌ ୧୮୦

0

ନୂଆଦିଲ୍ଲୀ : ଟିଭିଏସ୍‌ ମୋଟର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ବାଇକ୍‌ର ଟିଭିଏସ୍‌ ଆପାଚି ୧୬୦ ଓ ଆର୍‌ଟିଆର୍‌ ୧୮୦ର ଦାମ୍‌ ବଦଳିଛି। ମହଙ୍ଗା ହୋଇଛି ଏହି ବାଇକ୍। ଏବେ ଆପାଚି ଆର୍‌ଟିଆର୍‌ ୧୬୦ର ପ୍ରାରମ୍ଭିକ ମୂଲ୍ୟ୧,୦୩,୩୬୫ରେ ପହଞ୍ଚିଛି। ପୂର୍ବ ଭାଇଏଣ୍ଟ୍‌ର ଦାମ୍ ୧,୦୨,୦୭୦ ଟଙ୍କା ରହିଥିଲା। ଏହାର ଡିସ୍କ ବ୍ରେକ୍‌ ଭାରିଏଣ୍ଟ୍‌ର ଦାମ ୧,୦୬,୩୬୫ ହୋଇଛି। ପୂର୍ବରୁ ଦାମ ଥିଲା ୧,୦୫,୦୭୦ ଟଙ୍କା ରହିଥିଲା।

ସେହିପରି ୧୮୦ ସିସି ଇଞ୍ଜିନ୍‌ କ୍ଷମତା ବିଶିଷ୍ଟ ଆପାଚି ଆର୍‌ଟିଆର୍‌ କେବଳ ଗୋଟିଏ ଭାରିଏଣ୍ଟ୍‌ରେ ଉପଲବ୍ଧ ହୋଇଛି। ଏହାର ଦାମ୍‌ ମଧ୍ୟ କମ୍ପାନୀ ବଢାଇଛି। ପୂର୍ବରୁ ଦାମ୍‌ ୧,୦୮,୨୭୦ ରହିଥିଲା। ଦାମ୍‌ ବଢ଼ିବା ପରେ ହୋଇଛି ୧,୦୯,୫୬୫ ଚଙ୍କା। ମୋଟାମୋଟି ଭାବେ ଦୁଇଟି ବାଇକ୍‌ ଉପରେ ୧,୨୯୫ ଟଙ୍କା ବୃଦ୍ଧି ହୋଇଛି। ଏହାପୂର୍ବରୁ ଏ ଦୁଇ ଭାରିଆଣ୍ଟ୍‌ରେ ୧,୦୫୦ ଟଙ୍କା ବଢ଼ିଥିଲା। ଜୁନ୍‌ ୨୦୨୦ରେ ଆପାଚି ୧୮୦ରେ ୨୫୦୦ ଓ ୧୬୦ରେ ୨୦୦୦ ଟଙ୍କା କମ୍ପାନୀ ବୃଦ୍ଧି କରିଥିଲା।

ଉଭୟ ବାଇକ୍ ମୂଲ୍ୟରେ ନିର୍ମାଣ ଖର୍ଚ୍ଚ ବ୍ୟତୀତ ଫିଚର୍‌ କିମ୍ବା ଇଞ୍ଜିନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆର୍‌ଟିଆର୍‌ ୧୮୦ ବାଇକ୍‌ରେ ୧୭୭.୪ ସିସି ସିଙ୍ଗଲ୍ ସିଲିଣ୍ଡର, ତେଲ କୁଲ୍ଡ ଇଞ୍ଜିନ୍ ରହିଛି। ଯାହା ୧୬.୩ ଏଚପି ଶକ୍ତି ଏବଂ ୧୫.୫ ଏନ୍‌ଏମ୍‌ଟର୍କ ସୃଷ୍ଟି କରେ। ଆପାଚି ଆର୍‌ଟିଆର୍‌ ୧୬୦ରେ ୧୫୯.୭ସିସି କ୍ଷମତା ବିଶିଷ୍ଟ ଗୋଟିଏ ସିଲିଣ୍ଡର ସହିତ ୪ ଟି ଭଲଭ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଯାହା ୧୫.୧ ଏଚପି ଶକ୍ତି ଓ ୧୩.୯ ଏନ୍‌ଏମ୍‌ ଟର୍କ ସୃଷ୍ଟି କରିଥାଏ।

Leave A Reply

Your email address will not be published.