ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀବିଗ୍ରହ ପୁରୀରୁ ସିଟି ଅଫ୍ ବାଥ୍‌କୁ ଯାତ୍ରା କରିବେ

ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମାତା ସୁଭଦ୍ରା ଦେବୀ ଓ ପ୍ରଭୁ ଶ୍ରୀ ସୁଦର୍ଶନଙ୍କର ନିମକାଠରେ ନିର୍ମିତ ଶ୍ରୀବିଗ୍ରହ ପୁରୀରୁ ୟୁନାଇଟେଡ୍ କିଙ୍ଗଡମ୍‌ର ସିଟି ଅଫ୍ ବାଥ୍ କୁ ଯାତ୍ରା କରିବେ। ଏସବୁ ପ୍ରତିମାକୁ ମହାରଣାମାନେ ନିର୍ମାଣ କରିଛନ୍ତି। ପ୍ରତି ଶ୍ରୀବିଗ୍ରହର ଓଜନ ୯୦ କିଲୋଗ୍ରାମ୍ ରହିଛି।

ସିଟି ଅପ୍ ବାଥ୍‌ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ଓ ପ୍ରତିଷ୍ଠାତା ସଦସ୍ୟ ଓଡ଼ିଶାର ପୁରୀସ୍ଥିତ ଗୋବର୍ଦ୍ଧନ ପୀଠକୁ ଶ୍ରୀବିଗ୍ରହମାନଙ୍କ ସହିତ ଆସି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆଶ୍ରୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅନନ୍ୟ ପ୍ରୟାସ ଦ୍ୱାରା ସଭିଏଁ ଶ୍ରୀ ଜଗନ୍ନାଥଙ୍କ ଭଳି ମହାଦ୍ରୁମ ସହାୟତାରେ ଭାତୃତ୍ୱର ଏକତାର ରଜ୍ଜୁରେ ବାନ୍ଧି ହୋଇଯିବେ। ବିଶ୍ୱ ନିୟନ୍ତା ଶ୍ରୀଜଗନ୍ନାଥଙ୍କ ସାଙ୍କେତିକ ରୂପ ଦ୍ୱାରା ଜାତୀୟ ଏକତା, ସାଂସ୍କୃତିକ ଆଦାନପ୍ରଦାନ ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ଭବ ହୋଇପାରିବ । ୟୁନାଇଟେଡ୍ କିଙ୍ଗ୍‌ଡମ୍‌ର ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଧର୍ମ, ବର୍ଣ୍ଣ, ଶ୍ରେଣୀ ନିର୍ବିଶେଷରେ ଏହି ଉଦ୍ୟମ ବାନ୍ଧି ରଖିବାକୁ ସକ୍ଷମ ହୋଇପାରିବ । ସେହିପରି ସିଟି ଅଫ୍ ବାଥ୍‌ରେ ସନାତମ ହିନ୍ଦୁ ଧର୍ମର ବିକାଶ ଆଧ୍ୟାତ୍ମିକତା, ସାଂସ୍କୃତିକ, ସାମାଜିକ ଓ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ମାଧ୍ୟମରେ ପୂରଣ ହୋଇପାରିବ।

ସିଟି ଅଫ୍ ବାଥ୍ ଯାତ୍ରା କରିବା ପୂର୍ବରୁ ଶ୍ରୀବିଗ୍ରହ ଭାରତରେ ଥିବା ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ଭ୍ରମଣ କରିବେ। ସେଥିମଧ୍ୟରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ନୂଆଦିଲ୍ଲୀର ହୌଜ୍‌ଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ଅହମଦାବାଦର ଶ୍ରୀ ଜଗନ୍ନାଥଜୀ ମନ୍ଦିର, ଓଡ଼ିଶାର କାକରୁଦ୍ରପୁର ସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜଗନ୍ନାଥ ମନ୍ଦିର ଆଦି ରହିଛି। ଏହାଦ୍ୱାରା ଭାରତ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ଓ ସିଟି ଆଫ୍ ବାଥ୍‌ର ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇ ପାରିବ। ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କ ରୀତିନୀତି, ପୂଜା ଆଦି ଶ୍ରୀଜଗନ୍ନାଥ ସଂସ୍କୃତି ଅଭିଜ୍ଞଙ୍କ ତତ୍ୱାବଧାନରେ କାର୍ଯ୍ୟକାରୀ ହେବ।

ୟୁନାଇଟେଡ୍ କିଙ୍ଗ୍‌ଡମ୍‌ରେ ୧୦,୦୦,୦୦୦ରୁ ଅଧିକ ହିନ୍ଦୁ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁ। ଏଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିଭିନ୍ନ ପ୍ରାନ୍ତରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥାଏ। ଗତ ୧୫ ବର୍ଷ ଧରି ଏଠାରେ ରଥାଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହେଉଥିଲେ ମଧ୍ୟ କୌଣସି ମନ୍ଦିର ନ ଥିଲା। ମାତ୍ର ଏବେ ଏହା ସମ୍ଭବ ହୋଇପାରିଛି।

ମତାମତ ଦିଅନ୍ତୁ ।