ମହାରାଷ୍ଟ୍ର ଗଭର୍ଣ୍ଣର ହାଉସର ୧୬ କର୍ମଚାରୀଙ୍କୁ କରୋନା

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ବାସଭବନରେ କାର୍ଯ୍ୟ କରୁଥିବା ୧୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ୧୬ଜଣଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ସଙ୍ଗ ରୋଧରେ ରହିବା ପାଇଁ କୁହା ଯାଇଛି। ଆବଶ୍ୟକ ପଡିଲେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣା ପଡିଛି। ମୁମ୍ବାଇ ମହାନଗର ନିଗମ କହିଛି ୧୦୦ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୪ଜଣଙ୍କ ସ୍ୱାବ ପଜିଟିଭ ଆସିଛି।

ମତାମତ ଦିଅନ୍ତୁ ।