ମହାରାଷ୍ଟ୍ର ଲକଡାଉନ୍ : କଙ୍ଗନାଙ୍କ ଆକ୍ଷେପ

0

ମୁମ୍ବାଇ : ନିଜର ସ୍ପଷ୍ଟ ମତପାଇଁ ସବୁବେଳେ ବିବାଦରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମହାରାଷ୍ଟ୍ରରେ ଲକଡାଉନକୁ ନେଇ ମତ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟକରି କଙ୍ଗନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି।

ଖବର ଅନୁଯାୟୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ର ସରକାରଙ୍କ ୧୫ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଏହାକୁ ପ୍ରହସନ ବୋଲି କହିଛନ୍ତି କଙ୍ଗନା। ଟ୍ୱିଟରରେ ଏକ ଶେଡର ଫଟୋ ସେୟାର କରିଛନ୍ତି କଙ୍ଗନା। ଯେଉଁଥିରେ ସବୁଆଡୁ ଖୋଲା ଅଛି ଓ ସାମ୍ନାକୁ ଲକ ହୋଇଛି। ଫଟୋରେ ଲେଖାହୋଇଛି-‘ମହାରାଷ୍ଟ୍ରର ଲକଡାଉନ ବି ଏହିଭଳି’। କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ମହାରାଷ୍ଟ୍ର ଲକଡାଉନର ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଛି। ରାସ୍ତାରେ ଯାନବାହାନ ଚଳାଚଳ କମିଯାଇଥିଲେ ହେଁ ପରିବା ମଣ୍ଡିରେ ଲୋକଙ୍କ ଭିଡ ଦେଖାଯାଇଛି। ସିନେମାହଲ, ଥିଏଟର, ଅଡିଟୋରିୟମ, ମନୋରଞ୍ଜନ ପାର୍କ, ଜିମ, ଖେଳ ପଡିଆ ଆଦି ବନ୍ଦ। ସବୁ ଦୋକାନ, ସପିଙ୍ଗ ସେଣ୍ଟର ଓ ମଲ ଆଦି ୧୪ ସନ୍ଧ୍ୟା ୭ରୁ ମେ’ ୧ ତାରିଖ ଯାଏଁ ବନ୍ଦ ରହିବ।

Leave A Reply

Your email address will not be published.