ମହାରାଷ୍ଟ୍ର ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକାକୀ ଲଢିବ

ମୁମ୍ବାଇ : ମହାରାଷ୍ଟ୍ର ମହାବିକାଶ ଅଗାଡି ମେଣ୍ଟରେ ଫାଟ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ ଦେଇଥିବା ବୟାନ ମହାରାଷ୍ଟ୍ର ସରକାର ପ୍ରତି ବିପଦ ସୃଷ୍ଟି କରିଛି। ନାନା କହିଛନ୍ତି ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଏକାକୀ ଲଢିବ। କୌଣସି ଦଳ ସହ ମେଣ୍ଟ କରିବ ନାହିଁ।

ରାହୁଲ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏଆଇସିସି ଦାୟିତ୍ୱରେ ଥିବା ଏଚ୍.କେ ପାଟିଲ, ଦଳର ସାଂଗଠନିକ ସାଧାରଣ ସଂପାଦକ କେ.ସି ଭେନୁଗୋପାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ନାନା ପାଟୋଲ ଯୋଗଦେଇ ମହାବିକାଶ ଅଗାଡି ମେଣ୍ଟରେ କଂଗ୍ରେସକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟପକ୍ଷରେ ବୈଠକରେ ମହାରାଷ୍ଟ୍ରରେ ଦଳକୁ ଶକ୍ତିଶାଳୀ କରିବା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର
between image and heading
ମତାମତ ଦିଅନ୍ତୁ

Your email address will not be published.