ମହାରାଷ୍ଟ୍ର ପ୍ରବେଶ ପାଇଁ ୪ଟି ରାଜ୍ୟର ଲୋକଙ୍କ ଉପରେ କଟକଣା

ମୁମ୍ବାଇ : ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ସୋମବାର ଏକ ବଡ ନିଷ୍ପତ୍ତି ନେଇଛି। ୪ଟି ରାଜ୍ୟର ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଛି କଟକଣା। ନିୟମ ହୋଇଛି ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଆସୁଥିବା ଲୋକମାନଙ୍କୁ ମହାରାଷ୍ଟ୍ର ପ୍ରବେଶ ପାଇଁ କୋଭିଡ୍-୧୯ର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ। ବିନା ରିପୋର୍ଟରେ ପ୍ରବେଶ ଅନୁମତି ମିଳିବ ନାହିଁ।

ମହାରାଷ୍ଟ୍ର ସରକାରଙ୍କ ଆଦେଶନାମରେ କୁହାଯାଇଛି ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଆସୁଥିବା ଲୋକଙ୍କ କୋଭିଡ୍-୧୯ ଯାଞ୍ଚ କରାଯିବ। ଯେଉଁ ଲୋକଙ୍କ ପାଖରେ ନେଗେଟିଭ୍ ରିପୋର୍ଟ ନଥିବ ସେମାନଙ୍କର ଯଦି କରୋନା ଲକ୍ଷଣ ନଥାଏ ତେବେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏହାବ୍ୟତୀତ ନେଗେଟିଭ୍ ରିପୋର୍ଟ ସହିତ ମହାରାଷ୍ଟ୍ର ଆସୁଥିବା ଲୋକଙ୍କୁ କୋଭିଡ୍-୧୯ ନେଇ ନିର୍ଦ୍ଧାରିତ ସମସ୍ତ ଗାଇଡ୍‌ଲାଇନ୍‌ର ପାଳନ କରିବାକୁ ପଡିବ। ମାସ୍କ ନଲଗାଇ ଧରା ପଡିଲେ ଜୋରିମାନା ଦେବେ। ଏପରିକି ଦିଲ୍ଲୀରୁ ଆସୁଥିବା ଟ୍ରେନ ଓ ବିମାନ ଉପରେ କଟକଣା ଲଗାଇବାକୁ ସରକାର ବିଚାର କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।