Breaking Newsଦେଶ-ବିଦେଶ

ମହାରାଷ୍ଟ୍ରରେ ୬ ମାସ ଯାଏଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା

ମୁମ୍ବାଇ : ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଉଦ୍ଧବ ଠାକରେ। ରାଜ୍ୟରେ ପୁଣି ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ ହେଁ ସରକାର ଏଭଳି କରିବାକୁ ଚାଁହୁନାହାନ୍ତି। ତେବେ ନୂଆବର୍ଷ ପାଳନ ସମୟରେ କରୋନା ସହ ଜଡିତ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିବେଦନ କରିଛନ୍ତି।

ଖବର ଅନୁଯାୟୀ ମହାରାଷ୍ଟ୍ରରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ତେଣୁ କରୋନା ନିୟମ ପାଳନ କରିବାକୁ ଉଦ୍ଧବ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି ଆଗାମୀ ୬ମାସ ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଏକ ଅଭ୍ୟାସ ହେବା ଉଚିତ୍। କୌଣସି ରୋଗର ଚିକିତ୍ସା ଅପେକ୍ଷା ଏହାକୁ ରୋକିବା ଉତ୍ତମ ବିକଳ୍ପ ହେବ। କରୋନା ବିଷୟରେ ଲୋକଙ୍କୁ ସଚେତନ କରାଇ ଠାକରେ କହିଛନ୍ତି ୟୁରୋପୀୟ ଦେଶମାନଙ୍କରେ ଯେପରି ପୁଣି କରୋନା ଲେଉଟିଛି ଏଥିରୁ ସ୍ପଷ୍ଟ ଯେ ସତର୍କତା ଅବଲମ୍ବନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ମତାମତ ଦିଅନ୍ତୁ ।

Back to top button