ମହାରାଷ୍ଟ୍ରରେ ଲକଡାଉନ ଅବଧି ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି

0

ମୁମ୍ବାଇ : କରୋନା ସଂକ୍ରମଣ ଅଣାୟତ୍ତ ହେଉଥିବାରୁ ମହାରାଷ୍ଟ୍ର ସରକାର ଲକଡାଉନ ଅବଧିକୁ ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ଏହି କଟକଣା ମେ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ। କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ପୂର୍ବଭଳି କେବଳ ଜରୁରୀକାଳୀନ ସେବାକୁ କଟକଣା ମୁକ୍ତ କରାଯାଇଛି।

ଗଣମାଧ୍ୟମକୁ ରାଜେଶ ଟୋପେ କହିଛନ୍ତି ମହାରାଷ୍ଟ୍ରରେ ସଂକ୍ରମଣ ୬୦ ହଜାର ଉପରେ ରହିଛି। ଯାହାକି ସ୍ଥିର ବୋଲି କୁହାଯାଉଛି। କିନ୍ତୁ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଗୋଆରେ ମଧ୍ୟ ୪ଦିନିଆ ଲକଡାଉନ ଲାଗୁ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘୋଷଣା କରିଛନ୍ତି।

Leave A Reply

Your email address will not be published.