ମହାରାଷ୍ଟ୍ରରେ କଟକଣା : ଶ୍ରମିକମାନେ ଗାଁ ମୁହାଁ

ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲହରରେ ମହାରାଷ୍ଟ୍ରରେ ସ୍ଥିତି ବିଗିଡିବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର କଟକଣା ଲଗାଇଥିବାରୁ ଶ୍ରମିକମାନେ ଏବେ ଘରମୁହାଁ। ପୂର୍ବ ପରିସ୍ଥିତି ହେବା ଆଶଙ୍କାରେ ନିଜ ରାଜ୍ୟକୁ ଫେରିବା ଲାଗି ବାହାରି ଥିବାରୁ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲରୁ ଦେଖିବାକୁ ମିଳିଛି ପ୍ରବଳ ଭିଡ। ଏସବୁ ଲୋକେ ଫେରିବା ପାଇଁ ଟ୍ରେନ ଅପେକ୍ଷାରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ଓ ବିହାର ଲୋକ ରହିଛନ୍ତି ଅଧିକ।

ଷ୍ଟେସନ ବାହାରେ ପ୍ରବଳ ଭିଡକୁ ଦେଖି ସେଣ୍ଟ୍ରାଲ ରେଲଓ୍ଵେ ପକ୍ଷରୁ ଯାତ୍ରୀଙ୍କୁ ଚିନ୍ତା ନକରିବାକୁ କୁହାଯାଇଥିବା ବେଳେ ଭିଡ ନକରିବାକୁ ଅପିଲ୍ କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ଓ ଜିଆରପିକୁ ମୁତୟନ କରାଯାଇଛି। ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାର ୧୫ ଦିନପାଇଁ କଡା କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ମେ ୧ ସକାଳ ୭ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ସମଗ୍ର ରାଜ୍ୟରେ ୧୪୪ ଧାରା ଲାଗୁ ରହିବ।

Leave a Reply

Your email address will not be published. Required fields are marked *

Back to top button