ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ଵର : ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଓଡ଼ିଶା ମୋ ପରିବାର ତରଫରୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରଯାଇଥିଲା। ଏହି ରକ୍ତଦାନ ଶିବିରରୁ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି।

ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସଦସ୍ୟ ଦୁର୍ଗା ସାମନ୍ତରାୟ, ସମୀର କୁମାର ପ୍ରଧାନ, ରୁଦ୍ର ସାମନ୍ତରାୟ, ବିଜୁ ଛାତ୍ର ଜନତା ସାଧାରଣ ସମ୍ପାଦକ ଜଗନ୍ ଜେନା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପପୁ ଲେଙ୍କା, ଯୁବ ବିଜେଡ଼ି ନେତା ବାଣୀ କଲ୍ୟାଣ ମହାନ୍ତି, ଦୀପକ ସାମନ୍ତରାୟ, ପ୍ରକାଶ ଜେନା, ଲୋକେଶ କୁମାର, ସୂର୍ଯୟନାରାୟଣ ମହାନ୍ତି, ଅଶୋକ କୁମାର ନାୟକ, ସୌମ୍ୟ ରଞ୍ଜନ ପ୍ରଧାନ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ସୁବାସ ସାହୁ, ଛାତ୍ର ବିଜେଡ଼ି ସମ୍ପାଦକ ବବୁଲୁ ସାହୁ, ନୂତନ ଜେନା, ସାଗର ଜେନା, ଭାରତ ଚମ୍ପତିରାୟ, କ୍ଷୀରୋଦ ବଳିୟାର ସିଂ, ୱାର୍ଡ ସଭାପତି ରମାକାନ୍ତ ଜେନା ଓ ଆୟୋଜକ ଜିଲ୍ଲା ବିଜେଡ଼ି ସମ୍ପାଦକ ସ୍ଵାକ୍ଷର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା।

ମତାମତ ଦିଅନ୍ତୁ ।