ମହେଶ ଭଟ୍ଟ ଓ ଜିଆ ଖାନଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ଜିଆ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ମହେଶ ଭଟ୍ଟ ଜିଆ ଖାନଙ୍କୁ ଆଲିଙ୍ଗନ କରୁଥିବା ଓ ଆଉ କେତେବେଳେ ହାତ ଧରୁଥିବା ନଜର ଆସୁଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ମହେଶ ଭଟ୍ଟଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି। ବଲିଉଡ ଅଭିନେତ୍ରୀ ଜିଆ ଖାନ୍ ୨୦୧୩ ଜୁନ୍ ୩ ତାରିଖ ଦିନ ମୁମ୍ବାଇରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ସୁଶାନ୍ତ ସୁଇସାଇଡ୍ ମାମଲା ସିବିଆଇ ପାଖକୁ ଯିବାର କିଛି ଦିନ ପୂର୍ବରୁ ଜିଆ ଖାନଙ୍କ ମା’ ରାବିୟା ନିଜର ଏକ ପୋଷ୍ଟରେ ଲେଖିଥିଲେ ଜିଆ ଖାନ୍ ଓ ସୁଶାନ୍ତଙ୍କ ନର୍ସିଷ୍ଟିକ୍ କ୍ରିମିନାଲ୍ ପାର୍ଟନର୍ସ ଶକ୍ତିଶାଳୀ ବଲିଉଡ ମାଫିଆ ଓ ନେତା ଜଡିତ ଅଛନ୍ତି। ରାଜନୈତିକ ଚାପ ଯୋଗୁଁ ପୋଲିସ ସତ ସାମ୍ନାକୁ ଆଣିପାରୁନି। ସେ ନିଜ ପୂରା ସମୟ ପ୍ରମାଣ ନଷ୍ଟ କରିବା ଓ ମୃତ୍ୟୁକୁ ଆତ୍ମହତ୍ୟା ରୂପ ଦେବାପାଇଁ ଲାଗିଛି। ନିଜ ମନଗଢା କାହାଣୀର ସମର୍ଥନ ପାଇଁ ସେମାନେ ବଲିଉଡ ମାଫିଆଙ୍କ ସାହାରା ନେଉଛନ୍ତି। ଡିପ୍ରେସନ୍ କାହାଣୀର ପ୍ରଚାର ପାଇଁ ଏମାନେ ମହେଶ ଭଟ୍ଟଙ୍କୁ ଆଙ୍କର ଭଳି ବ୍ୟବହାର କରୁଛନ୍ତି।

ଅନ୍ୟପକ୍ଷରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ବଢୁଛି। ସୁଶାନ୍ତଙ୍କ ମୃତ୍ୟୁର ୬ ଦିନ ପୂର୍ବରୁ ରିୟା ଚକ୍ରବର୍ତ୍ତୀ ତାଙ୍କ ଘର ଛାଡିଦେଇଥିଲେ। ଆଉ କହିଥିଲେ ସୁଶାନ୍ତଙ୍କ କହିବାନୁସାରେ ସେ ଏମିତି କରିଥିଲେ। କାରଣ ସେ ଏହି ସମ୍ପର୍କ ପାଇଁ ବେଶି ଖୁସି ନଥିଲେ। କିନ୍ତୁ ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ହ୍ୱାଟ୍ସଆପ୍ ଚାଟ୍ ଭାଇରାଲ ହେବା ପରେ ଏହା ସତ ପଦାକୁ ଆସିଛି। ଅନୁମାନ ଲଗାଯାଉଛି ରିୟା ନିଜେ ସୁଶାନ୍ତଙ୍କଠାରୁ ଅଲଗା ହୋଇଯାଇଥିଲେ।

ମତାମତ ଦିଅନ୍ତୁ ।