ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର : ନକଲି ଡାକ୍ତର ଗିରଫ

ପଟ୍ଟାମୁଣ୍ଡାଇ : କେନ୍ଦ୍ରପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର କରି ନକଲି ଡାକ୍ତର ଗିରଫ ହୋଇଛନ୍ତି। ତାଙ୍କ ନାଁ ଦୀପକ ମହାନ୍ତି। ଘର ବଡ଼ଆମ୍ବିଳା ଗାଁରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଅରଗଳ ଗାଁର ଜଣେ ମହିଳା ଡାଇରିଆରେ ପୀଡ଼ିତ ହୋଇ ଆଳି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ୧୧ଟା ସମୟରେ ଅଭିଯୁକ୍ତ ଦୀପକ ଡାକ୍ତରଖାନାରେ ପହଞ୍ଚି ନିଜକୁ ଗୋବିନ୍ଦପୁର ଡାକ୍ତରଖାନାର ଡାକ୍ତର ବୋଲି ପରିଚୟ ଦେଇ ମହିଳାଙ୍କୁ ସମସ୍ୟା ବିଷୟରେ ପଚାରିଥିଲେ। ଡାଇରିଆ ହୋଇଥିବା ଜାଣିବା ପରେ ସେ ସେଠାରେ ଉପସ୍ଥିତ ଜଣେ ଆଟେଣ୍ଡାଣ୍ଟଙ୍କୁ ବାହାରକୁ ଯିବାକୁ କହିଥିଲା। ତା’ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଆଳରେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେଠାରେ ଉପସ୍ଥିତ ମହିଳାଙ୍କ ସ୍ୱାମୀ ପ୍ରତିବାଦ କରିବାରୁ ଦୀପକ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲେ।
ଏନେଇ ମହିଳାଙ୍କ ସ୍ୱାମୀ ଆଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଡାକ୍ତରଖାନାର ସିସିଟିଭି ଯାଞ୍ଚ କରି ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button