ମହିଳା ସ୍ୱାସ୍ଥ୍ୟକର୍ମୀ ମାଗୁଛନ୍ତି କୁକୁଡ଼ା ଲାଞ୍ଚ

ମାଲକାନଗିରି : ମହିଳା ସ୍ୱାସ୍ଥ୍ୟ କର୍ମୀ ବିଭିନ୍ନ କାର୍ଯ୍ୟ ପାଇଁ କୁକୁଡ଼ା ଓ ଟଙ୍କା ଲାଞ୍ଚ ମାଗୁଛନ୍ତି। ଏହାର ବିରୋଧକରି ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ବଦଳି ଦାବିରେ କରିଛନ୍ତି ବିକ୍ଷୋଭ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଗତକାଲି ପାପରମେଟଲାଠାରେ ଏକତ୍ରିତ ହୋଇଥିବା ଲୋକଙ୍କ ଅଭିଯୋଗ ହେଲା ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟରେ ଅବହେଳା କରୁଛନ୍ତି। ଏହାଛଡା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ, ପ୍ରସୂତିଙ୍କୁ ମେଡ଼ିକାଲରେ ପହଞ୍ଚାଇବା ନିମନ୍ତେ ଟଙ୍କା ଦାବି କରିବା ସହିତ ମାଗଣା ମଶାରୀ ବଣ୍ଟନରେ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। କେବଳ ଟଙ୍କା ନୁହେଁ କୁକୁଡ଼ା ମଧ୍ୟ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।