ମହିଳାମାନେ ମାସିକଧର୍ମ ସମୟ‌ରେ ଟିକା ନେଇ ପାରିବେ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଟିକକରଣକୁ ଗୁରୁତ୍ଵ ଗେଉଛନ୍ତି। କିନ୍ତୁ ଏହାକୁ ନେଇ ହେଉଥିବା ଗୁଜବ ଉଠୁଛି। ମହିଳାମାନେ ମାସିକଧର୍ମ ସମୟ‌ରେ କରୋନା ଟିକା ନେବା ଉଚିତ ନୁହେଁ। ଏହି ଖବର ଭାଇରାଲ ହେଉଥିବାରୁ ଏହା ଉପରେ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇ ଗୁଜବ ବୋଲି କହିଛି।

ସୋମବାର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସଦସ୍ୟ ଡାକ୍ତର ଭି.କେ ପୌଲ କହିଛନ୍ତି ମାସିକଧର୍ମ ସମୟରେ ମହିଳାମାନେ ଟିକା ନେଇପାରିବେ। ଏଥିରେ ଟିକାକରଣ ସ୍ଥଗିତ ରଖିବାର କୌଣସି କାରଣ ନାହିଁ। ସେ କହିଛନ୍ତି କରୋନା ପରିସ୍ଥିତିରେ ଦୟାକରି ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧନ୍ତୁ। ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ। ନିଜ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଆପଣଙ୍କ ଘରକୁ ନିମନ୍ତ୍ରଣ କରନ୍ତୁ ନାହିଁ।

ସେହିପରି ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଆମକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ କରିବାକୁ ହେବ। ହସ୍ପିଟାଲ୍ ସମ୍ବଳକୁ ଉତ୍ତମ ଭାବରେ ବ୍ୟବହାର କରିବାକୁ ପଡ଼ିବ। ଅମ୍ଳଜାନର ନ୍ୟାୟପୂର୍ଣ୍ଣ ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଦରକାର ନଥିଲେ ଲୋକେ ଆତଙ୍କିତ ହୋଇ ଡାକ୍ତାରଖାନାରେ ଭର୍ତ୍ତି ହେଉଛନ୍ତି ଓ ଅମ୍ଲଜାନ ନେଉଛନ୍ତି।

ଦେଶରେ ଏବେ ୧୪.୧୯କୋଟି ଡୋଜ ଟିକା ଲୋକଙ୍କୁ ଦିଆଯାଇସରିଛି। ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜୁରାଟ ଓ ତାମିଲନାଡୁରେ ୧ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଥିବା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Leave A Reply

Your email address will not be published.