ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିଲେ ଦୁର୍ବୃତ୍ତ

0

ବାରିପଦା : ଷ୍ଟେସନ ବଜାର ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ। ବାରିପଦା ସହରରେ ଦିନ ଦ୍ଵିପ୍ରହରରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ କଳ୍ପନା ଘୋଷ ନାମକ ମହିଳା ଦିନ ୧୨ଟା ସମୟରେ ମାର୍କେଟ ଯାଉଥିଲେ। ଏହି ସମୟରେ ଧଳା ସ୍କୁଟିରେ ୨ ଜଣ ଯୁବକ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କର ଘର ଠିକଣା ପଚାରିଥିଲେ। କିଛି ନକହି ମହିଳା ପଳାଇ ଯିବାରୁ ସେମାନେ ପଛରୁ ଆସି ଜଣଙ୍କ ବେକରୁ ସୁନା ଚେନ ଛିଡାଇ ପଳାଇ ଯାଇଥିଲେ। ଏ ସଂପର୍କରେ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସେହିପରି ବାରିପଦା ଟାଉନ ପୋଲିସ ୪୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଊନସୁଗର ଜବତ କରିଛି। ଏହି ମାମଲାରେ ୱାର୍ଡ ନଂ ୨୭ର ବରଗଛ ଗଳି ଅଞ୍ଚଳର ଗୋବିନ୍ଦ ପାଲଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୪୧୭ଗ୍ରାମ ବ୍ରାଊନସୁଗର ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.