ମହିଳାଙ୍କୁ ଯୌନ ନିର୍ଯାତନା : ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧିକାରୀ ଗିରଫ

ନୂଆଦିଲ୍ଲୀ : ଏକାଧିକ ମହିଳାଙ୍କୁ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗରେ ଝାଡଖଣ୍ଡର ସିମଡେଗା ସଦର ଉସ୍ପତାଲ ଜିଲ୍ଲା ପୋଗ୍ରାମ ମ୍ୟାନେଜର ରାଜୀବ କୁମାରଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ସିମଡେଗା ଏସପି ସମ୍ସ ତବରେଜ କହିଛନ୍ତି ରାଜୀବ କୁମାର ଜାତୀୟ ସ୍ଵାସ୍ଥ୍ୟ ମିସନର ଜିଲ୍ଲା କାର୍ୟ୍ୟାଳୟ ପ୍ରବନ୍ଧକ ପଦରେ ଅଛନ୍ତି। ଚାକିରି ଦେବା ବାହାନାରେ ସେ ମହିଳାମାନଙ୍କୁ ନିଜ ଘରକୁ ଡାକିନ୍ତି। ସେମାନଙ୍କ ସହ ପ୍ରଥମେ ମିଠା କଥା କହି ଯୌନ ନିର୍ୟାତନା ଦେବା ଆରମ୍ଭ କରିନ୍ତି। କେବଳ ଏତିକି ନୁହେଁ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରନ୍ତି।

ଏହି ଭିଡିଓକୁ ନେଇ ମହିଳାମାନଙ୍କୁ କରନ୍ତି ବ୍ଲାକମେଲ। ଏହିପରି ରାଜୀବ ୬ରୁ ଅଧିକ ମହିଳାଙ୍କୁ ନିଜର ଶିକାର ବନାଇଥିଲେ। ଘଟଣା ଜଣାପଡ଼ିବା ପରେ ମହିଳା ଥାନାରେ ରାଜୀବ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସୂଚନା ପାଇ ରାଜୀବ ଫେରାର ହୋଇ ଯାଇଥିଲେ। ଗତକାଲି ପୋଲିସ ତାଙ୍କୁ କୋଲେବିରାରୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button