ମହିଳାଙ୍କୁ କଟୁରୀରେ ହାଣି ହତ୍ୟା

ଅନୁଗୁଳ : ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ସଜରା ସାହିରେ ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁକୁ କେନ୍ଦ୍ରକରି ରେବତୀ ସାହୁଙ୍କୁ କଟୁରୀରେ ହାଣି ହତ୍ୟା କରିଛି ସେହି ଗ୍ରାମର ସମ୍ଭୁନାଥ ସାହୁ। ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଓ ଛେଣ୍ଡିପଦା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଫେରାର ହୋଇଥିବା ହତ୍ୟାକାରୀକୁ ବରଜୁରା ଅଞ୍ଚଳରୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।