ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ୭୦ ହଜାର ଲୁଟ

ବାଲେଶ୍ୱର : ଖନ୍ତାପଡା ଥାନା ବୋଇତା-ଶ୍ରୀଜଙ୍ଗ ରାସ୍ତାରେ ଜଣେ ଘରୋଇ ଅର୍ଥ ଲଗାଣ ସଂସ୍ଥାର ମହିଳା କର୍ମଚାରୀଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟ ହୋଇଛି।

ଖବର ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ମହିଳା କର୍ମଚାରୀ ଗାୟତ୍ରୀ ବେହେରା କେତୋଟି ଗ୍ରାମରୁ କଲେକ୍ସନ ସାରି ସ୍କୁଟିରେ ଗୋପାଳପୁର ଶାଖାକୁ ଫେରୁଥିଲେ। ସେ ବୋଇତା-ଶ୍ରୀଜଙ୍ଗ ରାସ୍ତା ଦେଇ ଆସୁଥିବା ବେଳେ ଏକ କଳା ପଲସରରେ ଆସି ଦୁଇଜଣ ଦୁର୍ବୁତ୍ତ ବନ୍ଧୁକ ଓ ଛୁରୀ ଦେଖାଇ ତାଙ୍କ ବ୍ୟାଗରେ ଥିବା ୭୦ ହଜାର ଟଙ୍କା ନେଇ ପଳାଇଥିଲେ। ଅଭିଯୋଗ ପାଇଁ ଖନ୍ତାପଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।