ମାଇଁବିଲ୍‌ବୁକ୍ ପକ୍ଷରୁ ଭାରତରେ ୫୦ ଲକ୍ଷରୁ ଅଧିକ ବ୍ୟବସାୟର ଡିଜିଟାଲ୍‌କରଣ

0

ବେଙ୍ଗାଲୁରୁ : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଏସ୍‌ଏମ୍‌ବି ପ୍ରଯୁକ୍ତି କଂପାନି ବେଙ୍ଗାଲୁରୁ ଭିତ୍ତିକ ଫ୍ଲୋବିଜ୍ ପକ୍ଷରୁ ମାଇଁବିଲ୍‌ବୁକ୍ ଉନ୍ମୋଚନ କରାଯାଇଛି। ଯାହା ହେଉଛି କ୍ଷୁଦ୍ର ଓ ମଧ୍ୟମ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ସହଜରେ ବ୍ୟବହାର କରିହେଉଥିବା ଏକ ବିଲିଂ ଓ ଆକାଉଟିଂ ଆପ୍। ଏହା ଉଭୟ ମୋବାଇଲ୍ ଓ ଡେସ୍କଟପ୍ ପାଇଁ ଉପଲବ୍ଧ। ମାଇଁବିଲ୍‌ବୁକ୍ ପକ୍ଷରୁ ବ୍ୟବସାୟ ମାଲିକମାନଙ୍କୁ ନିରବଚ୍ଛିନ୍ନ ସାଇନ୍‌-ଅପ୍ (ପଞ୍ଜୀକରଣ) ପ୍ରକ୍ରିୟା ଜରିଆରେ ସହଜରେ ବ୍ୟବହାର ଓ ସୁରକ୍ଷିତ ଅନୁଭୂତି ପ୍ରଦାନ କରାଯାଉଛି। କିଛି ମିନିଟ୍ ଭିତରେ ହୋଇପାରୁଛି ସେମାନଙ୍କ ବ୍ୟବସାୟ ପରିଚାଳନାର ଡିଜିଟାଲ୍‌କରଣ।

ମାଇଁବିଲ୍‌ବୁକ୍ ପକ୍ଷରୁ ଏକ ମୋବାଇଲ୍ ଫୋନ୍ ଜରିଆରେ ସମ୍ପୂର୍ଣ୍ଣ ବିଲିଂ ଓ ଆକାଉଟିଂ ସମାଧାନ ପ୍ରଦାନ କରାଯାଇ ବ୍ୟବସାୟୀଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ବ୍ୟବସାୟର ଡିଜିଟାଲ୍‌କରଣ କରିବାକୁ ସମର୍ଥ କରାଯାଉଛି। ଏହା ବର୍ତ୍ତମାନ ଇଂରାଜି, ହିନ୍ଦୀ, ଗୁଜରାଟି, ତାମିଲ ଭାଷାରେ ଉପଲବ୍ଧ। ମାଇଁବିଲ୍‌ବୁକ୍ ଉଭୟ ଜିଏସ୍‌ଟି ଓ ଅଣ-ଜିଏସ୍‌ଟି ବ୍ୟବସାୟଗୁଡ଼ିକୁ ବିଲ୍ ସୃଷ୍ଟି କରିବା, କିଣାକିଣି ଓ ଖର୍ଚ୍ଚର ରେକର୍ଡ ରଖିବା, ଷ୍ଟକ୍ ପରିଚାଳନା ଓ ପେଏବଲ୍ / ରିସିଭେବଲ୍‌କୁ ସିଧାସଳଖ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ପରିଚାଳନା କରିବା ସହାୟକ ହେଉଛି। ଏହି ହାଇ-ରେଟେଡ୍ ବ୍ୟବସାୟ ଆପ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ରିପୋର୍ଟ ଯଥା ଲାଭ ଓ କ୍ଷତି ବିବରଣୀ, ବିକ୍ରି ବିବରଣୀ, ପାର୍ଟି ଲେଜର ରିପୋର୍ଟ, ଜିଏସ୍‌ଟିଆର୍ ରିପୋର୍ଟ ଆଦି ସୃଷ୍ଟି କରୁଛି। ଯାହା ବ୍ୟବସାୟର ମାଲିକମାନଙ୍କୁ ପ୍ରଭାବଶାଳୀ ନିଷ୍ପତ୍ତି ଗ୍ରହଣ କରିବାରେ ସହାୟକ ହେଉଛି। ମାଇଁବିଲ୍‌ବୁକ୍ ମଧ୍ୟ ମୋବାଇଲ୍ ଓ ଡେସ୍କଟପ୍ ମଧ୍ୟରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରିଅଲ ଟାଇମ୍ ଡାଟା ଟ୍ରାନ୍ସଫର ସୁବିଧା ପ୍ରଦାନ କରୁଛି। ଏହି ଆପ୍‌ରେ ବିବିଧ ବ୍ୟବହାରକାରୀ ସୁବିଧା ରହିଛି। ଯେଉଁଥିରେ ବ୍ୟବସାୟ ସହଯୋଗୀ, ଆକାଉଂଟାଂଟ୍ ଓ ସଂସ୍ଥାର ଷ୍ଟାଫ୍‌ମାନଙ୍କୁ ସୁବିଧାରେ ବ୍ୟବହାର ଅନୁମତି ପ୍ରଦାନ କରାଯାଇପାରୁଛି।

ମାଇଁବିଲ୍‌ବୁକ୍ ପକ୍ଷରୁ ବିଗତ ଛଅ ମାସ ମଧ୍ୟରେ ଭାରତରେ ୫୦ ଲକ୍ଷ ସଂଖ୍ୟକ ବ୍ୟବସାୟକୁ ଡିଜିଟାଲ୍ ହେବାରେ ସହାୟତା ପ୍ରଦାନ କରାଯାଇଛି। ବ୍ୟବସାୟ ମାଲିକମାନଙ୍କୁ ଦୃଷ୍ଟିରେ ରଖି ଏହି ଉତ୍ପାଦକୁ ଅତି ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଛି । ଏହା ବ୍ୟବହାର କରିବାକୁ ଅତି ସହଜ ହୋଇଥିବାରୁ ଏହାର ବ୍ୟବହାର ଆରମ୍ଭ କରିବା ଲାଗି ବ୍ୟବସାୟ ମାଲିକମାନଙ୍କୁ ପୂର୍ବରୁ ଆକାଉଂଟିଂ ଜ୍ଞାନ ଆହରଣ କରିବାକୁ ପଡ଼ିବ ନାହିଁ। ବ୍ୟବହାରକାରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଉତ୍ପାଦକୁ ସିଧାସଳଖ ହ୍ୱାଟସ୍‌ଆପ୍ ସହିତ ସମନ୍ୱିତ କରାଯାଇଛି ଯାହା ଦ୍ୱାରା ବ୍ୟବସାୟର ମାଲିକ ସହଜରେ ଇନଭଏସ୍‌, କିଣାକିଣି ବରାଦକୁ ସେୟାର କରିପାରିବେ ଏବଂ ଗ୍ରାହକ ଓ ଯୋଗାଣକାରୀମାନଙ୍କୁ ପେମେଂଟ୍ ଲିଙ୍କ୍ ପଠାଇ ପେମେଂଟ୍ କଥା ମନେ ପକାଇପାରିବେ।

ମାଇଁବିଲ୍‌ବୁକ୍ ଉନ୍ମୋଚନ ଅବସରରେ ଫ୍ଲୋବିଜ୍‌ର ପ୍ରତିଷ୍ଠାତା ଓ ସିଇଓ ରାହୁଲ ରାଜ କହିଛନ୍ତି ଆମର ବର୍ଦ୍ଧିତ ଅର୍ଥନୀତିର ମେରୁଦଣ୍ଡ ହେଉଛି ଏସ୍‌ଏମ୍‌ବି। କୋଭିଡ୍‌-୧୯ ମହାମାରୀ ଏହାକୁ ପୂର୍ବପେକ୍ଷା ଅଧିକ ସ୍ପଷ୍ଟ କରିଛି। ଆମକୁ ଦେଶ ଭିତରେ ଉତ୍ପାଦନ ଓ ରପ୍ତାନିରେ ଉନ୍ନତି ଆଣିବା ଲାଗି ନିଶ୍ଚିତ ଗୁରୁତ୍ୱ ଦେବାକୁ ପଡ଼ିବ। ଏହି କାର୍ଯ୍ୟକୁ କେବଳ ପ୍ରଯୁକ୍ତି ସହାୟତାରେ କାର୍ଯ୍ୟକାରୀ କରାଯାଇପାରିବ। ଫ୍ଲୋବିଜ୍‌ରେ ଆମେ ମାଇଁବିଲ୍‌ବୁକ୍‌କୁ ଗୋଟିଏ ଲକ୍ଷ୍ୟ ରଖି ପ୍ରସ୍ତୁତ କରିଛୁ ଓ ତାହା ହେଉଛି ଡିଜିଟାଲକରଣ ଜରିଆରେ ଭାରତରେ ଏସ୍‌ଏମ୍‌ବି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା। ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଧାର୍ଯ୍ୟ କରିଥିବା ଆତ୍ମନିର୍ଭର ଭାରତ ସୃଷ୍ଟି କରିବାର ଲକ୍ଷ୍ୟ ହାସଲ କରିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ।

Leave A Reply

Your email address will not be published.