Breaking Newsପୁରାଣ-କଥା

ମକର ସଂକ୍ରାନ୍ତିରେ ଏସବୁ କରିବା ଅନୁଚିତ

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ଗୁରୁତ୍ଵ ରହିଛି। ସୂର୍ଯ୍ୟ ଦେବ ଏହିଦିନ ମକର ରାଶିରେ ପ୍ରବେଶ କରନ୍ତି। ସେଥିପାଇଁ ଶ୍ରଦ୍ଧାଳୁମାନେ ଗଙ୍ଗା ଓ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରି ଦାନ, ଧର୍ମ କରନ୍ତି। କୁହାଯାଏ ଏସବୁ କଲେ ପୂଣ୍ୟ ମିଳେ। ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ ବୋଲି ପୌରାଣିକ ମତ। ଏହିଭଳି ଏକ ପବିତ୍ର ଦିନରେ କ’ଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା :-

୧- ମକର ସଂକ୍ରାନ୍ତି ଦିନ ଘରର ସଦସ୍ୟମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଅଶୁଭ। ତେଣୁ ସକାଳୁ ଉଠି ମନ୍ଦିରେ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରିବା ଉଚିତ।

୨- ପୂଜା ସାରିବା ପରେ ଭୋଜନ କରନ୍ତୁ। ବିନା ପୂଜା ପାଠରେ ଖାଇବା ଅଶୁଭ ବୋଲି କୁହାଯାଏ।

୩- ଆମିଷ ସେବନ କରିବା ଠିକ ନୁହେଁ। ଏପରି କଲେ ପାପର ଭାଗିଦାର ହୁଅନ୍ତି ବୋଲି କୁହାଯାଏ। ତେଣୁ ମକର ସଂକ୍ରାନ୍ତି ଦିନ ଆମିଷ ଠାରୁ ଦୂରେଇ ରହିବା ଉଚିତ।

୪- ମଦ, ଗୁଟଖା ଓ ସିଗାରେଟ ଆଦିର ସେବନ କରନ୍ତୁ ନାହିଁ।

୫- ଫସଲ କାଟିବା ଅନୁଚିତ। ଯଦି ମକର ସଂକ୍ରାନ୍ତିରେ କିଛି କାଟିବାର ଯୋଜନା କରିଥାନ୍ତି ତେବେ ବନ୍ଦ କରନ୍ତୁ ଏହି ଦିନ କାଟିବାକୁ ଅଶୁଭ ବୋଲି ଧରାଯାଏ।

୬- ଗଣ୍ଡଗୋଳ କିମ୍ବା ଝଗଡାଠାରୁ ଦୁରେଇ ରହି ଗୁରୁଜନଙ୍କ କଥା ଗ୍ରହଣ କରନ୍ତୁ। ଏହା ଦ୍ୱାରା ସୂର୍ଯ୍ୟ ଦେବଙ୍କର କୃପାଲାଭ ହୁଏ ବୋଲି ବିଶ୍ଵାସ ରହିଛି।

ମତାମତ ଦିଅନ୍ତୁ ।

Back to top button