ମାଲଦ୍ୱୀପରେ ରୋମାନ୍ସ କରୁଛନ୍ତି କାଜଲ ଅଗ୍ରୱାଲ

ମୁମ୍ବାଇ : ଅକ୍ଟୋବର ୩୦ ତାରିଖରେ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ବିବାହ ପରେ କାଜଲ-ଗୌତମ ହନିମୁନରେ ମାଲଦ୍ଵୀପ ଯାଇଛନ୍ତି। ପଞ୍ଜାବୀ ଓ କାଶ୍ମୀରୀ ରୀତିନୀତିରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଛି। ସାତ ଜନ୍ମ ସାଥି ହେବାକୁ ନେଇଛନ୍ତି ଶପଥ। ପ୍ରଶଂସକଙ୍କ ପାଇଁ କାଜଲ ମାଲଦ୍ୱୀପରୁ ଫଟୋ ସେୟାର କରିଛନ୍ତି।

ଏହି ଫଟୋରେ କାଜଲ ନାଲି ରଙ୍ଗର ବ୍ୟାକ୍‌ଲେସ୍‌ ଡ୍ରେସ ପିନ୍ଧିଥିବାବେଳେ ବହୁତ ସୁନ୍ଦର ଲାଗୁଛନ୍ତି। ଅନେକ ଫଟୋରେ ସେ ଟାଇଟେନିକ୍‌ ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଛି। ଫଟୋ ଦେଖିଲେ ଜଣା ପଡ଼ୁଛି ଦୁହେଁ ମାଲଦ୍ଵୀପରେ ଖୁବ୍‌ ମସ୍ତି କରୁଛନ୍ତି। ସ୍ଵାମୀ ଗୌତମଙ୍କ ଫଟୋ ସେୟାର କରି କାଜଲ ଲେଖିଛନ୍ତି ସତର୍କତା ଅବଲମ୍ବନ କରି ଦ୍ଵିତୀୟ ଥର ପାଇଁ ଯାତ୍ରା କରିଛୁ। ନିଜକୁ ଭାଗ୍ୟବାନ ମନେ କରୁଛି। ଧୀରେ ଧୀରେ ଆମେ ସମସ୍ତେ ସାଧାରଣ ଆଡକୁ ଗତି କରୁଛୁ।

ବିବାହ ପୂର୍ବରୁ କାଜଲ ଓ ଗୌତମ ଦୀର୍ଘ ଦିନ ଧରି ଡେଟ୍‌ କରିଛନ୍ତି। ବିବାହ ପରେ କାଜଲ ଗୌତମଙ୍କ ସହ ଅନେକ ଫଟୋ ସେୟାର କରିଥିଲେ। ଆଉ ଲେଖିଥିଲେ କେବଳ, ମିସରୁ ମିସେସ୍‌ ପର୍ଯ୍ୟନ୍ତ ! ମୁଁ ମୋର ବିଶ୍ୱାସପାତ୍ର, ସାଥୀ, ଉତ୍ତମ ବନ୍ଧୁ ଓ ସୋଲମେଟଙ୍କୁ ବିବାହ କଲି। ଏସବୁ ଓ ନିଜ ଘରପାଇ ମୁଁ ବହୁତ ଖୁସି।

ମତାମତ ଦିଅନ୍ତୁ ।