ମାଲକାନଗିରି : ବନ୍ଧୁକ ତିଆରି କାରଖାନା ଠାବ

ମାଲକାନଗିରି : କାଲିମେଳା ଅନ୍ତର୍ଗତ କୁରୁବ ଓ ସୁଧାକୁଣ୍ଟା ଗାଁ ନିକଟ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଅସ୍ତ୍ରଶସ୍ତ୍ର ଲୁଚାଇଥିବା ସୂଚନା ମିଳିଥିଲା। ଏହାକୁ ଆଧାରକରି ସୋମବାର ଡିଭିଏଫ୍‌ ଓ ବିଏସଏଫ ଯବାନ୍ ପକ୍ଷରୁ ହୋଇଥିଲା ମିଳିତ କମ୍ବିଂ ଅପରେସନ୍‌। ଏହି ଚଢଉରେ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଏ ମଧ୍ୟରେ ରହିଛି ୧୨ ଅଫୁଟା ବୋମା, ୯୩ଟି ଡିଟୋନେଟର, ୨ଟି ଗ୍ୟାସ୍‌ ସିଲିଣ୍ଡର, ୧ ଲେଦ୍ ମେସିନ୍‌, ୧ କାର୍ବାଇଡ୍‌ ଗ୍ୟାସ୍‌ ୱେଲଡିଂ ସିଲିଣ୍ଡର, ଲେଦ୍‌ ମେସିନ୍‌ ଆସେସୋରିଜ୍‌ ଓ ଲୁହା ସ୍କ୍ରାପ୍‌।

ମତାମତ ଦିଅନ୍ତୁ ।