ମାଲକାନଗିରି: ଗୋଷ୍ଠୀ ସଂଘର୍ଷରେ ୧୦ ଆହତ

ମାଲକାନଗିରି : ମୋଟୁ ଥାନା ଅନ୍ତର୍ଗତ ଏମପିଭି -୮୧ଗାଁରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଏମଭି-୭୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁଇଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଏମପିଭି-୮୧ ଓ ଅନ୍ୟଟି କୋଇକୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ପ୍ରାୟ ୬ ଏକର ଜଙ୍ଗଲ ଜମିରେ ଗୋଟିଏ ଗୋଷ୍ଠୀ ଧାନ ବୁଣୁଥିଲେ। ଏହାକୁ ନେଇ ମଙ୍ଗଳବାର ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ହୋଇଥିଲା ସଂଘର୍ଷ। ଏଥିରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ମୋଟୁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁଇ ଗୋଷ୍ଠୀର ଲୋକଙ୍କୁ ଅଟକ ରଖିଛି।

ମତାମତ ଦିଅନ୍ତୁ ।