Breaking Newsରାଜ୍ୟ

ମାଲକାନଗିରିକୁ ୧୩ ଜିଲ୍ଲାବାସୀଙ୍କୁ ମନା

ମାଲକାନିଗିରି : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୧୩ ଜିଲ୍ଲାବାସୀଙ୍କ ପ୍ରବେଶ କଟକଣା ଲଗାଇଛି ମାଲକାନଗିରି ଜିଲା ପ୍ରଶାସନ। ଏସବୁ ଜିଲ୍ଲାରୁ କେହି ମାଲକାନଗିରି ଆସିଲେ ୧୪ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ନିୟମ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା (ଭୁବନେଶ୍ୱର), ଯାଜପୁର, ନୟାଗଡ଼, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ଵର ଓ ଜଗତସିଂହପୁର ରହିଛି। ଜିଲ୍ଲାପାଳ କହିଛନ୍ତି ୧୩ଟି ଜିଲ୍ଲାରୁ ଅତି ଜରୁରୀ କାମରେ ଯେଉଁମାନେ ମାଲକାନଗିରି ଆସିବେ ସେମାନଙ୍କୁ ୧୪ଦିନିଆ ସରକାରୀ କ୍ୱାରେଣ୍ଟାଇନ୍‌ କିମ୍ବା ପେଡ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡିବ।

ମତାମତ ଦିଅନ୍ତୁ ।

Back to top button