ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କର କୋଚିସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ସେ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ। ଅନିଲ ମୁରଲୀଙ୍କ ପରଲୋକ ଖବରରେ ଦକ୍ଷିଣ ସିନେ ଅଭିନେତା ପୃଥ୍ୱୀରାଜ ସୁକୁମାରନ ଗଭୀର ଶୋକପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

ଅୱଥରା, ହିରୋ, ଡବଲ୍‌ ବ୍ୟାରେଲ, ମାନିକ୍ୟକ୍କଲ୍ଲୁ, କ୍ଲାସମେଟ୍‌ସ, ବାର୍ଗମ ଓ ସିଟି ଅଫ୍‌ ଗଡ୍‌ ଭଳି ୨୦୦ରୁ ଅଧିକ ଫିଲ୍ମରେ ଅନିଲ ମୁରଲୀ ଅଭିନୟ କରିଛନ୍ତି। ସେ ମୁଖ୍ୟତଃ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ଉଭୟ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।  ଅନିଲ ମୁରଲୀ ୧୯୯୩ରେ ମାଲାୟଲମ ଚଳଚ୍ଚିତ୍ର ‘କନ୍ୟାକୁମାରିଲ ଓରୁ କବିତା’ରୁ ଅଭିନୟ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିନିତ ଓ ସୁଚିତ୍ରା ଅଭିନୟ କରିଥିଲେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଫୋରେନସିକ୍‌’। ଯାହା ଚଳିତବର୍ଷ ମୁକ୍ତିଲାଭ କରିଥିଲା। ଅନିଲ ମୁରଲୀଙ୍କର ପତ୍ନୀ ସୁମା ଏବଂ ଆଦିତ୍ୟ ଓ ଅରୁନ୍ଧତୀ ନାମରେ ଦୁଇ ସନ୍ତାନ ଅଛନ୍ତି।

ମତାମତ ଦିଅନ୍ତୁ ।