ମାମଲାକୁ ଦେଖି ଏସସି, ଏସଟି ଆକ୍ଟ ଲାଗୁ ହେବା ଆବଶ୍ୟକ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଏସସି, ଏସଟି ଆକ୍ଟର ଅପବ୍ୟବାହର ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଏହା ଉପରେ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଏସସି, ଏସଟି ଶ୍ରେଣୀର ବ୍ୟକ୍ତି କରିଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତଙ୍କ ନାଁରେ ଏସସି, ଏସଟି ଆକ୍ଟ ଲାଗୁ ହୋଇପାରିବ ନାହିଁ। ମାମଲାକୁ ଦେଖି ଏହି ଆକ୍ଟ ଲାଗୁ ହେବା ଆବଶ୍ୟକ। ଦରକାର।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଓ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯଦି କୌଣସି ବ୍ୟକ୍ତି ଅପମାନିତ କିମ୍ବା ଭୟଭୀତ ହୋଇଥିବେ ତାହା ଆଇନ ଅନୁଯାୟୀ ଅପରାଧ ହେବ ନାହିଁ। ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ପୀଡିତା ଯଦି ସମାଜରେ ଅସୁରକ୍ଷିତ, ଅସମ୍ମାନ, ଅପମାନ ଓ ନିର୍ଯାତିତ ହେବେ ସେତେବେଳେ ଏସସି, ଏସଟି ଆକ୍ଟ ଲାଗୁ ହେବ।

କୋର୍ଟ କହିଛନ୍ତି ଏସସି,ଏସଟି ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହେବା ପୂର୍ବରୁ ସେ ଜାତି ପାଇଁ ଅପମାନିତ ହେବାର ଉଦ୍ଦେଶ୍ୟ ରହିବା ଦରକାର। ସର୍ବସାଧାରଣରେ ଯେକୌଣସି ସ୍ଥାନରେ ଏସସି ଏସଟି ବର୍ଗର କୌଣସି ଲୋକ ଅପମାନିତ ହେଲେ ଏସସି,ଏସଟି ଆକ୍ଟର ଧାରା (୧) (ଆର) ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇପାରିବ।

ମତାମତ ଦିଅନ୍ତୁ ।