ମମତାଙ୍କ ଅଭିଯୋଗ ଭିତ୍ତିହୀନ : କାର୍ଯ୍ୟାନୁଷ୍ଠାନ ହୋଇପାରେ

ନନ୍ଦିଗ୍ରାମ : ନନ୍ଦିଗ୍ରାମ ବିଧାନସଭା ଆସନର ଗୋଟିଏ ପୋଲିଂ ବୁଥରେ ଭୋଟ୍ ଜାଲିଆତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ। ମମତା ଏହି ନିର୍ବାଚନମଣ୍ଡଳୀର ଟିଏମସି ବିଧାୟକ ପ୍ରାର୍ଥୀ। ଅଭିଯୋଗର ତଦନ୍ତ କରି ନିର୍ବାଚନ କମିଶନ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଭୁଲ୍ ଅଭିଯୋଗ କରିଥିବାରୁ ମମତାଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।

ନିର୍ବାଚନ କମିଶନ ବିବୃତ୍ତି ଜାରି କରି କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ନିଜେ ବିଧାୟକ ପ୍ରାର୍ଥୀ ମତଦାନ ଚାଲିଥିଲା ବେଳେ ​ଏଭଳି ଅଭିଯୋଗ ଆଣି ଭୋଟରଙ୍କୁ ବିଭ୍ରାନ୍ତ କରିଛନ୍ତି। ଏହା ନିର୍ବାଚନ ଆଚରଣ ବିଧି ଆଇନକୁ ଉଲ୍ଲଂଘନ କରୁଛି। ଜନ ପ୍ରତିନିଧୀ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି ନାହିଁ ନିର୍ବାଚନ କମିଶନ ସମୀକ୍ଷା କରୁଛନ୍ତି। ଏହାଛଡା କୁହାଯାଇଛି ମତଦାନ କେନ୍ଦ୍ରରେ ନିୟୋଜିତ ବିଏସଏଫ ଯବାନମାନେ କୌଣସି ବେଆଇନ୍ କାମରେ ଲିପ୍ତ ଥିବାର ପ୍ରମାଣ ନାହିଁ। ସେହିପରି ଭୋଟରଙ୍କୁ ସେମାନେ ବୁଥ ଭିତରକୁ ଯିବାକୁ ଦେଇନଥିବା ଅଭିଯୋଗର ସତ୍ୟତା ନାହିଁ।

Leave a Reply

Your email address will not be published. Required fields are marked *

Back to top button