ମମତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ରୋକ୍

କୋଲକାତା : ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି। ମମତା ୨୪ ଘଣ୍ଟା ପ୍ରଚାର କରିପାରିବେ ନାହିଁ।

ଖବର ଅନୁଯାୟୀ ଏପ୍ରିଲ ୭ ତାରିଖରେ ବୁଚବିହାର ଠାରେ ଘଟିଥିବା ହିଂସା ପାଇଁ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେହିକ୍ରମରେ ସୋମବାର) ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ମମତା ପ୍ରଚାର କରିପାରିବେ ନାହିଁ। ନିର୍ବାଚନ କମିଶନ ନିର୍ଦ୍ଦେଶନାମାରେ କହିଛନ୍ତି ମମତା ବାନାର୍ଜୀ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ତାଙ୍କ ବୟାନ ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ବିଶୃଙ୍ଖଳା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବ। ତେଣୁ ତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ ଲଗାଯାଉଛି। ଏହି ସମୟରେ ସେ କୌଣସି ମାଧ୍ୟମରେ ନିଜର କିମ୍ବା ନିଜ ଦଳର ପ୍ରଚାର କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *

Back to top button