ମମତାଙ୍କୁ ଆକ୍ରମଣ ଅଭିଯୋଗ : ବିଜେପି କହିଲା ନାଟକ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଚାର ବେଳେ ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତିନି ଚାରିଜଣ ଲୋକ ଏହି କାଣ୍ଡ କରିଥିବା ବେଳେ ମମତାଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଉଛି। ଏନେଇ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି ମମତା।

ଖବର ଅନୁଯାୟୀ ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଆଜି ମମତା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହାପରେ ସେ ପ୍ରଚାର କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣର ହୋଇଥିବା ଅଭିଯୋଗ କରିବା ସହିତ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି କୋଲକାତା ଫେରିଛନ୍ତି।

ଏହି ପ୍ରସଙ୍ଗରେ ବିଜେପି ନେତା ଅର୍ଜୁନ ସିଂହ କହିଛନ୍ତି ନିର୍ବାଚନ ବେଳେ ସହାନୁଭୂତି ପାଇବା ପାଇଁ ମମତା ଏଭଳି ନାଟକ କରୁଛନ୍ତି। ସେ କହିଛନ୍ତି ରାଜ୍ୟରେ ନିଜର ସରକାର, ସୁରକ୍ଷାକର୍ମୀ ଥିବା ବେଳେ ଯଦି ଖୋଦ୍ ମୁଖ୍ୟମନ୍ତ୍ରୀ ଆକ୍ରମଣର ଶିକାର ହେଉଛନ୍ତି ତାହେଲେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଏଇଥିରୁ ବୁଝି ହେଉଛି। ନିଜ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ହେବାରୁ ଏଭଳି ସ୍ଥିତି ଉପୁଜିଛି। ତେଣୁ ମମତା ପ୍ରଥମେ ନିଜ ସୁରକ୍ଷାକର୍ମୀଙ୍କୁ ବରଖାସ୍ତ କରିବା ଦରକାର।

Leave a Reply

Your email address will not be published. Required fields are marked *

Back to top button