ମମତାଙ୍କୁ ନିର୍ବାଚନ କମିଶନଙ୍କ ଜବାବ ତଲବ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଧର୍ମ ଆଧାରରେ ଭୋଟ ମାଗୁଛନ୍ତି। ବିଜେପିର ଏହି ଅଭିଯୋଗ ଉପରେ ନିର୍ବାଚନ କମିଶନ ୪୮ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ମମତାଙ୍କୁ ନୋଟିସ କରିଛନ୍ତି।
ନିର୍ବାଚନ କମିଶନ ନୋଟିସ୍ ଜାରି କହିଛନ୍ତି ମମତା ବାନାର୍ଜୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଭିଡିଓକୁ ଯାଞ୍ଚ କରିବା ପରେ ଏଥିରେ ସତ୍ୟତା ଅନୁଭବ ହୋଇଛି। ସେ ଜନ ପ୍ରତିନିଧି ଆଇନ ୧୯୫୧ ଓ ନିର୍ବାଚନ ଆଚରଣବିଧିକୁ ଉଲ୍ଲଙ୍ଘନ କରିଥିବା ତାଙ୍କ ଭାଷଣରୁ ସ୍ପଷ୍ଟ ହୋଇଛି। ତେଣୁ ନିଜର ବୟାନ ଉପରେ କ’ଣ ଆଭିମୁଖ୍ୟ ରଖିଛନ୍ତି ତା’ର ଜବାବ ୪୮ ଘଣ୍ଟା ମଧ୍ୟରେ ଦେବା ପାଇଁ ମମତାଙ୍କୁ କୁହାଯାଇଥିବା ବେଳେ ଜବାବ ନ ମିଳିଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।