ଭୁବନେଶ୍ଵର : ସାମାଜିକ କର୍ମୀ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ କରିବ।ପୋଲିସ୍ ମହାନିର୍ଦ୍ଦେଶ ଅଭୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଗତକାଲି ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କୀତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ ଭୁବନେଶ୍ଵର ପୋଲିସ କମିସନଙ୍କୁ ନୋଟିସ୍ କରିଥିଲେ। ଜୁଲାଇ ୨୪ ତାରିଖ ଦିନ ସୁପ୍ରିମ୍ କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବ ଅଧିକାର କମିସନରେ ଅଭିଯୋଗ କରିଥିଲେ।
2020-07-30