ମନ୍ଦ ଉଦ୍ଦେଶ୍ୟରେ ବାଚସ୍ପତି ଫ୍ଲାଟ୍‌କୁ ଡକାଉଥିଲେ : ସ୍ଵପ୍ନା

ତିରୁଅନନ୍ତପୁରମ : ସୁନା ଚୋରାଚାଲାଣ ମାମଲାରେ ଅଭିଯୁକ୍ତ ସ୍ଵପ୍ନା ସୁରେଶ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। କେରଳର ବାଚସ୍ପତି ପି ଶ୍ରୀରାମକୃଷ୍ଣ ଉପରେ ଆରୋପ ଲଗାଇ ସେ କହିଛନ୍ତି ତାଙ୍କ ଫ୍ଲାଟକୁ ସେ ମୋତେ ମନ୍ଦ ଉଦ୍ଦେଶ୍ୟରେ ଡକାଉଥିଲେ। ଏହି ବାବଦରେ ଏଜେନ୍ସି କେରଳ ହାଇକୋର୍ଟରେ କିଛି ଦସ୍ତାବିଜ୍ ଜମା କରିଥିବା ବେଳେ କଥା ପଦାକୁ ଆସିଛି।

ସ୍ଵପ୍ନା କହିଛନ୍ତି ଶ୍ରୀରାମକୃଷ୍ଣନ ତାଙ୍କୁ ତିରୁଅନନ୍ତପୁରମର ପେଟ୍ଟା ସ୍ଥିତ ଏକ ଫ୍ଲାଟ୍‌କୁ ଡକାଉଥିଲେ। ଏହି ଫ୍ଲାଟ୍‌ ତାଙ୍କ ପାଖରେ ଥିଲେ ମଧ୍ୟ ଆଉ କାହା ନାମରେ ରହିଛି। ସ୍ଵପ୍ନାଙ୍କ ଏହି ବୟାନକୁ ନେଇ ଏକ ଅତିରିକ୍ତ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ଇଡିର ଉପ ନିର୍ଦ୍ଦେଶକଙ୍କ ସାମ୍ନାରେ ୨୦୨୦ ଡିସେମ୍ବର ୧୬ରେ ଅଟାକୁଲଙ୍ଗରାର ବନିତା ଜେଲ୍‌ରେ ସ୍ଵପ୍ନା ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି ବାଚସ୍ପତି ମୋତେ ଫ୍ଲାଟ୍‌ର ପ୍ରକୃତ ମାଲିକ ବିଷୟରେ ଜଣାଇଥିଲେ ମୁଁ ସୁରକ୍ଷିତ ଅନୁଭବ କରି ପାରିବି। କିନ୍ତୁ ସେ ମୋତେ ମନ୍ଦ ଉଦ୍ଦେଶ୍ୟରେ ଫ୍ଲାଟକୁ ଡକାଉଥିଲେ। ମୁଁ ଯିବାକୁ ମନା କରିବାରୁ ମୋତେ ଚାକିରି ଦେବାକୁ ମନା କରି ଦେଇଥିଲେ। ସେ ମୋତେ ଡିଲ୍ ଇଷ୍ଟରେ କାମ ଦେବାକୁ କହିଥିଲେ।

ଶ୍ରୀରାମକୃଷ୍ଣନନ ସର୍ବଦା କହୁଥିଲେ ଯାଞ୍ଚ ଏଜେନ୍ସି ରାଜନୈତିକ ଉଦ୍ଦେଶ୍ୟ ସହିତ ଏହି ମାମଲାକୁ ଯାଞ୍ଚ କରୁଛି। ନିକଟରେ ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ଵପ୍ନାଙ୍କୁ ଏଜେନ୍ସି ବାଚସ୍ପତିଙ୍କ ବିଷୟରେ ଅନେକ ପ୍ରଶ୍ନ କରିଥିଲା ସେ କହିଥିଲେ ବାଚସ୍ପତି ଶାରଜାରେ ଓମାନ ସ୍ଥିତ ମିଡିଲ ଇଷ୍ଟ କଲେଜ୍‌ରେ ଏକ ଶାଖା ସ୍ଥାପନ କରିବାକୁ ଯୋଜନା କରିଥିଲେ। କିନ୍ତୁ ଶ୍ରୀରାମକୃଷ୍ଣନନ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ।

Leave a Reply

Your email address will not be published. Required fields are marked *

Back to top button