ମନ୍ଦିର ଖୋଲିବା ଦାବି : ବାରିପଦାରେ ସେବାୟତଙ୍କ ଘଣ୍ଟ ବଜାଇ ପ୍ରତିବାଦ

ବାରିପଦା : ମନ୍ଦିର ଖୋଲିବା ଦାବିରେ ରାଜ୍ୟର ସମସ୍ତ ମଠ ମନ୍ଦିରରେ କାର୍ଯ୍ୟରତ ସେବାୟତମାନେ ଆଜି ସକାଳ ୯ଟାରେ ଘଣ୍ଟ ବଜାଇ ପ୍ରତିବାଦ ଜଣାଇଛନ୍ତି।

ସେବାୟତମାନେ ଏପରି ପ୍ରତିବାଦ କରିବାର କାରଣ ହେଲା ଅନ୍ୟ ରାଜ୍ୟ ଗୁଡିକରେ ସରକାର ମନ୍ଦିର ଖୋଲି ସାରିଛନ୍ତି। ଆମ ରାଜ୍ୟରେ ମଠ ମନ୍ଦିର ବନ୍ଦ ରହିଛି। ଗାଡ଼ିମଟର ଚଳାଚଳ ଠାରୁ ଆରମ୍ଭ କରି ମଦ ଦୋକାନ ପର୍ଯ୍ୟନ୍ତ ଖଲାଯାଇଥିଲେ ମଧ୍ୟ ମନ୍ଦିର ଖୋଲାଯାଉ ନାହିଁ। ସେବାୟତମାନେ ମନ୍ଦିରରୁ ପାଉଥିବା ପ୍ରାପ୍ୟରୁ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଏବେ କରୋନା କଟକଣା କୋହଳ କରାଯାଇ ବିଭିନ୍ନ କାର୍ଯ୍ୟ କରାଯାଉଛି। ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ମନ୍ଦିର ନଖୋଲିବାରୁ ସେବାୟତ ତାତିଛନ୍ତି। ତେଣୁ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟର ବିଭିନ୍ନ ମନ୍ଦିର ସମ୍ମୁଖରେ ସକାଳ ୯ ଘଟିକାରେ ୯ମିନିଟ ପର୍ଯ୍ୟନ୍ତ ଘଣ୍ଟ ବଜାଇ ପ୍ରତିବାଦ ଜଣାଇଛନ୍ତି। ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀହରିବଳଦେବଜୀଉ ପୀଠରେ ସେବାୟତମାନେ ଏପରି ପ୍ରତିବାଦ କରିଥିବା ବେଳେ ଏଥିରେ ଓଡିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ଵର ତ୍ରିପାଠୀଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ମୂଖ୍ୟ ପୁଜାପଣ୍ଡା ଅରୁଣ କୁମାର ମିଶ୍ରଙ୍କ ସମେତ ବହୁ ସେବାୟତ ସାମିଲ ହୋଇଥିଲେ।

ମତାମତ ଦିଅନ୍ତୁ ।