ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ : ହାଇକୋର୍ଟ

କଟକ : : କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଷ୍ପତ୍ତି ନେବେ। ଦୁଇଟି ଜନସ୍ଵାର୍ଥ ମାମଲାର ଶୁଣାଣି କରି ଏହା କହିଛନ୍ତି ଓଡିଶା ହାଇକୋର୍ଟ।

ରାଜ୍ୟରେ ମନ୍ଦିର ଓ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦୁଇଟି ଜନସ୍ଵାର୍ଥ ମାମଲା ରୁଜୁ ହୋଇଥିଲା। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ୍ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନଜରରେ ରଖି ନିଷ୍ପତ୍ତି ନିଅନ୍ତୁ। ଅନ୍ୟ ପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ କହିଛନ୍ତି ରାଜ୍ୟର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି।

ମତାମତ ଦିଅନ୍ତୁ ।