Breaking Newsଅପରାଧ

ମନ୍ଦିର ଯାଉଥିବା ମହିଳାଙ୍କ ସୁନାହାର ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ଵର : ବାଲିପାଟଣା ଥାନା ଅଞ୍ଚଳରେ ମହିଳାଙ୍କ ସୁନାହାର ଲୁଟ। ବନମାଳିପୁର ଗ୍ରାମର ଜଣେ ମହିଳା ଆଜି ସକାଳେ ମହାଦେବ ଦର୍ଶନ ପାଇଁ ମନ୍ଦିର ଯାଉଥିବା ବେଳେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ବନମାଳିପୁର ଗ୍ରାମର ଗୋଲଖ କୁମାର ସାହୁଙ୍କ ଝିଅ ଅମ୍ବିକା ସାହୁ (ରୋଜି) ଚାରିଛକ ଅଞ୍ଚଳରେ ବିବାହ କରିଛନ୍ତି। ମକର ସଂକ୍ରାନ୍ତିରେ ଅଲଣାଓଷା ଲାଗି ସେ ବାପ ଘରକୁ ଆସିଥିଲେ। ଗୁରୁବାର ସକାଳେ ୨ ବର୍ଷର ଝିଅ ଓ ପୁତୁରା ସହିତ ଖଇରିପୁର ବେଲେଶ୍ୱର ମହାଦେବଙ୍କ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ। ବ୍ରାହ୍ମଣ ସାହି ରାସ୍ତାରେ ସେମାନେ ଯିବା ସମୟରେ ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ଅମ୍ବିକାଙ୍କ ତଣ୍ଟିକୁ ଚିପି ୨୦ ଗ୍ରାମର ସୁନାହାର ଛିଡ଼ାଇ ନେଇ ବନମାଳିପୁର ବଜାର ଆଡକୁ ପଳାଇ ଯାଇଥିଲେ। ଖବର ପାଇ ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button