ମଙ୍ଗଳବାରରୁ ୬ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଚଳିତ ମାସର ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ। ତେବେ ବିଭିନ୍ନ ରାଜ୍ୟର ପର୍ବପର୍ବାଣି ଅନୁସାରେ ବ୍ୟାଙ୍କ ଛୁଟି ରହିବ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଏପ୍ରିଲ ମାସରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଅବକାଶ ନିର୍ଦ୍ଧାରିତ କରାଯାଇଛି। ଏପ୍ରିଲ ୧୩ ତାରିଖ ଉଗାଡି, ତେଲୁଗୁ ନବବର୍ଷ, ବୈଶାଖୀ, ବିଜୁ ଫେଷ୍ଟିଭାଲ୍ ଓ ଗୁଡ଼ି ପାଡୱା। ୧୪ ତାରିଖ ଡ.ଆମ୍ବେଦକର ଜୟନ୍ତୀ, ଅଶୋକ ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ଓ ବୋହାଗ ବିହୁ। ୧୫ ତାରିଖ ହିମାଚଳ ଡେ, ବିଶୁ, ବଙ୍ଗାଳି ନବବର୍ଷ ଓ ସରହୁଲ। ୧୬ ତାରିଖ ବୋହାଗ ବିହୁ। ୧୮ ତାରିଖ ସାପ୍ତାହିକ ଅବକାଶ। ୨୧ ତାରିଖ ରାମ ନବମୀ ଓ ଗରୀୟା ପୂଜା। ୨୪ ତାରିଖ ଚତୁର୍ଥ ଶନିବାର। ୨୫ ତାରିଖ ମହାବୀର ଜୟନ୍ତୀ ଓ ସାପ୍ତାହିକ ଅବକାଶ।

Leave a Reply

Your email address will not be published. Required fields are marked *

Back to top button