ମଙ୍ଗଳସୂତ୍ର ପିନ୍ଧିବାର ବୈଜ୍ଞାନିକ କାରଣ ଜାଣନ୍ତୁ

ମଙ୍ଗଳସୂତ୍ର ଧାରଣ କରିବା ଏକ ପରମ୍ପରା ଭାବେ ବହୁ ପୁରାତନ ସମୟରୁ ପାଳନ ହୋଇଆସୁଛି। ବିବାହିତା ମହିଳାଙ୍କ ପାଇଁ ଏହା ସ୍ୱାମୀଙ୍କର ଏକ ପ୍ରତୀକ ବୋଲି କୁହାଯାଏ। ମାତ୍ର ମଙ୍ଗଳସୂତ୍ର କେବଳ ଏକ ଗହଣା ନୁହେଁ, ଏଥିରେ ବହୁ ଚତ୍ମକାରୀ ଓ ଲାଭଦାୟକ ଗୁଣ ମଧ୍ୟ ରହିଛି। ମଙ୍ଗଳସୂତ୍ର ଧାରଣ କରିବାର ବୈଜ୍ଞାନିକ ମହତ୍ତ୍ୱ ବିଷୟରେ ଆସନ୍ତୁ ଜାଣିବା:-

ବୈଜ୍ଞାନିକ ଦୃଷ୍ଟିକୋଣରୁ କୁହାଯାଏ ମଙ୍ଗଳସୂତ୍ର ସୁନା ଅଥବା ଚାନ୍ଦି ଓ କଳା ମୋତିରେ ନିର୍ମିତ ହୋଇଥାଏ। ଦୁଇଟି ଧାତୁ ଚାନ୍ଦି ଓ ସୁନା ମହିଳାଙ୍କ ହୃଦୟକୁ ସୁସ୍ଥ ରଖିଥାଏ। ଏହି ଧାତୁ କାରଣରୁ ନାରୀମାନଙ୍କ ରକ୍ତଚାପ ସଠିକ୍ ରହିଥାଏ। ମଙ୍ଗଳସୂତ୍ରରେ ଥିବା ସୁନା ଶକ୍ତି ଓ ତେଜର ପ୍ରତୀକ। ତେଣୁ ସୁନା ଧାରଣ କରିବା ଦ୍ୱାରା ମହିଳାଙ୍କୁ ଶକ୍ତି ମିଳିଥାଏ। ମଙ୍ଗଳସୂତ୍ରରେ ଥିବା କଳା ମୋତି ବାୟୁଜନିତ ରୋଗରୁ ରକ୍ଷା କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ମହିଳାଙ୍କ ଶରୀରରେ ସକରାତ୍ମକ ଶକ୍ତି ରହିବା ସହ ସେ ନିଜକୁ ଶକ୍ତିଶଳୀ ଅନୁଭବ କରିଥାଆନ୍ତି।  

  ରାଜଧାନୀର ୩୨ଟି ସ୍ଥାନରୁ ଆଦାୟ ହେବ ପାର୍କିଂ ଫି' : ୨ଘଣ୍ଟା ବାଇକ ରଖିଲେ ୫ ଟଙ୍କା

ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ବିବାହ ପରେ ମହିଳାମାନେ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ବ୍ୟବହାର କରିଥାଆନ୍ତି। ଏହାସହ ବହୁ ଗହଣା ପିନ୍ଧିବାର ମଧ୍ୟ ଆବଶ୍ୟକତା ଥାଏ। ମଙ୍ଗଳସୂତ୍ର ମଧ୍ୟ ସେହି ଗହଣା ମଧ୍ୟରୁ ଗୋଟିଏ। ମଙ୍ଗଳସୂତ୍ର କଳା ମୋତି ଓ ସୁନାର ଲକେଟକୁ ନେଇ ତିଆରି କରାଯାଏ। ଏହା ଅଖଣ୍ଡ ସୌଭାଗ୍ୟର ପ୍ରତୀକ କାରଣ ନାରୀଟି ନିଜ ସ୍ୱାମୀଙ୍କ ଦ୍ୱାରା ହିଁ ବିବାହ ସମୟରେ ମଙ୍ଗଳସୁତ୍ର ପିନ୍ଧିଥାଏ। ମଙ୍ଗଳସୂତ୍ରରେ ଥିବା କଳା ମୋତି ନାରୀମାନଙ୍କୁ ନକରାତ୍ମକ ଦୃଷ୍ଟିରୁ ରକ୍ଷା କରିଥାଏ।   

ମତାମତ ଦିଅନ୍ତୁ ।