Breaking Newsରାଜ୍ୟ

ମଙ୍ଗଳବାରରୁ ଦୁଇଦିନ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର : କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନବରଙ୍ଗପୁରକୁ ଜିଲ୍ଲାକୁ ଦୂଇଦିନ ସଟଡାଉନ ରଖାଯିବ। ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି କଟକଣା ମଙ୍ଗଳବାର ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରୀ ଯାଏଁ ବଳବତ୍ତର ରହିବ।

ସଟଡାଉନ ସମୟରେ ସକାଳ ୬ଟାରୁ ଅପରାହ୍ନ ଗୋଟିଏ ଯାଏଁ ଦୋକାନଗୁଡ଼ିକ ଖୋଲା ରହିବ। ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ସହିତ ରାଶନ, ପନିପରିବା ଓ କ୍ଷୀର ଦୋକାନ ସକାଳ ୬ ଟାରୁ ଦିନ ୧ ଯାଏଁ ଖୋଲା ରହିବ। ମାଛ ଓ ମାଂସର ହୋମ ଡେଲିଭରି ମାଧ୍ୟମରେ ଯୋଗାଇ ଦିଆଯିବ। ଜରୁରୀ କାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ, ପୋଷ୍ଟ ଅଫିସ, ଜରୁରୀକାଳୀନ ସେବା ଯୋଗାଉଥିବା ଅନୁଷ୍ଠାନ, କେନ୍ଦ୍ର ସଶସ୍ତ୍ର ବାହିନୀ ପ୍ରତିଷ୍ଠାନ ଖୋଲା ରହିବ। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ।

ମତାମତ ଦିଅନ୍ତୁ ।

Back to top button